ପୁରୁଷଙ୍କ ହୃତପିଣ୍ଡ ସୁସ୍ଥ ରଖେ ଅଙ୍ଗୁର
ଓ୍ୱାଶିଂଟନ୍ : ଅଙ୍ଗୁର ଖାଇବା ପୁରୁଷଙ୍କ ପାଇଁ ଲାଭଦାୟକ । କାରଣ ଏଥିଯୋଗୁ ସେମାନଙ୍କ ଶରୀରରେ ଠିକ୍ ଭାବେ ରକ୍ତ ପ୍ରବାହ ହେବା ସହ ପ୍ରଦାହ କମିଥାଏ । ଏଥିସହିତ ମେଟାବୋଲିକ୍ ସିଷ୍ଟ୍ରାସ୍ ରହିଥିବା ପୁରୁଷମାନଙ୍କଠାରେ ଏହା ରକ୍ତଚାପ ହ୍ରାସ କରିଥାଏ । ମେଟାବୋଲିକ୍ ସିଣ୍ଟ୍ରୋମ ଏପରି ଏକ ସ୍ଥିତି ଯେଉଁଠି ବ୍ୟକ୍ତି ହୃଦରୋଗୀ ଏବଂ ମଧୁମେହରେ ପୀଡିତ ହେବାର ଆଶଙ୍କା ରହିଥାଏ । ୟୁନିଭର୍ସିଟି ଅଫ୍ କନେକଫିକଟର ଗବେଷକଙ୍କ କହିବା ଅନୁସାରେ ଅଙ୍ଗୁରରେ ଥିବା ପୋଲିଫେନଲ୍ସ୍ ନାମକ ଉପାଦାନ ଯୋଗୁ ପୁରୁଷଙ୍କଠାରେ ସମସ୍ତ ପ୍ରକାଶ ହୃଦରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ । ଏହାର ପ୍ରଭାବ ଜାଣିବା ପାଇଁ ଗବେଷକମାନେ ମେଟାବୋଲିକ୍ ସିଣ୍ଟ୍ରୋମ୍ ରହିଥିବା ୩୦ରୁ ୭୦ ବର୍ଷୀୟ ପୁରୁଷଙ୍କୁ ଅନୁଧ୍ୟାନ କରିଥିଲେ । ଏଥିପାଇଁ ସମୋନଙ୍କୁ ୪ ମାସ ପର୍ଯ୍ୟନ୍ତ ଅଙ୍ଗୁର ଖାଇବାକୁ କୁହାଯାଇଥିଲା । ଏହାର ୩ ମାସ ପରେ କରାଯାଇଥିବା କେତେକ ପରୀକ୍ଷଣରୁ ଜଣାପଡିଥିଲା ଯେ ଅଙ୍ଗୁର ଖାଇ ନ ଥିବା ବ୍ୟକ୍ତିଙ୍କ ତୁଳନାରେ ଅଙ୍ଗୁର ଖାଇଥିବା ବ୍ୟକ୍ତିଙ୍କଠାରେ ରକ୍ତ ପ୍ରବାହ ଠିକ୍ ଥିଲା ।


