ପୁରୁଷଣ୍ଢ ଆଦିବାସୀ ସାହିରେ କରୋନା ସଚେତନତା
ବନ୍ତ,(ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ବନ୍ତ ବ୍ଲକ ପୁରୁଷଣ୍ଢ ଆଦିବାସୀ ସାହିରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଗୋପିନାଥ ଦାଶଙ୍କ ତତ୍ତ୍ୱାବଧାନ ତଥା କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଯୋଗ ଦେଇ ଲୋକ ମାନଙ୍କୁ ସଚେତନ କରାଇବା ସହିତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ମାସ୍କ ଓ ସାବୁନ୍ ଲୋକ ମାନଙ୍କୁ ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସିଂହ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ପ୍ରଦୀପ ଜେନା, ରାଜେଶ ଦାଶ, ବିଶ୍ୱନାଥ ଜେନା, ପରେଶ ନାୟକ ସହଯୋଗ କରିଥିଲେ ।


