ପୁରୁଷୋତ୍ତମପୁର ଆମିଷ ବଜାର ରେ ପ୍ରବଳଭିଡ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ନବରାତ୍ର ପୂଜା ସକାଶେ ଆମିଷ ବଜାର ବନ୍ଦ ରହିଥିବା ବେଳେ ଗତ ଦୁଇ ଦିନ ହେଲା ଆମିଷ ବଜାର ରେ ଗରାଖ ଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଏହି ଭିଡ଼କୁ ଦେଖିଲେ ସହରରେ ଅଦିନିଆ ଛାଡଖାଇ ପାଳନ ହୋଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ବର୍ତମାନ ଦୁଇଦିନ ପରେ ଧର୍ମ ମାସ କାର୍ତ୍ତିକ ମାସ ଆସିଯାଉଥିବାରୁ ଏହାକୁ ଦୃଷ୍ଟିରୁ ରଖି ଜନସାଧାରଣ ମାନେ ପୁରୁଷୋତ୍ତମପୁର ସହରର କାଳୀ ମନ୍ଦିର ଛକ, କଲେଜ ଛକ,ହାଡିସାହି ଛକ ରେ ମାଛ ଓ ମାଂସ ଦୋକାନ ରେ ନାହିଁ ନଥିବା ଗହଳି ପରିଲକ୍ଷିତ ହୋଇଛି। କାଳୀ ମନ୍ଦିର ଛକ ମାଛ ଦୋକାନ ରେ ଏତେ ଗହଳି ଥିଲା ଯେ ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଥିଲା। ବଜାର ରେ ମାଂସ ଅପେକ୍ଷା ମାଛ ଚାହାଦା ଅଧିକା ରହିଛି। ବର୍ତମାନ ଦଶହରା ସରିଥିବା ବେଳେ ବଜାରରେ ଆମିଷ ବିକ୍ରି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ପୁଣି ଦୁଇ ଦିନ ପରେ କାର୍ତ୍ତିକ ମାସ ଆସୁଛି। ତେଣୁ ଆମିଷ ଭକ୍ଷଣ ପାଇଁ ସୁଯୋଗ କୁ କେହି ହାତଛଡ଼ା କରିବାକୁ ଚାହିଁ ନାହାଁନ୍ତି। ଶୁକ୍ରବାର ଆମିଷ ପାଇଁ ଭଲ ଦିନଟିଏ ଥିବା ବେଳେ ସକାଳୁ ବଜାରରେ ପ୍ରବଳ ଭିଡ଼ ଲାଗିଥିଲା। ଅଦିନିଆ ଛାଡଖାଇ କୁ ନେଇ ଗାଁ କୁ ସହର ସବୁ ମାଛ ବଜାର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।