ପୁରୁଷୋତ୍ତମପୁର ଥାନା ସମ୍ମୁଖ ନାଳ ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଅଲୋଡ଼ା ହୋଇଯାଇଛି ଶିଶୁ କନ୍ୟା l ନାଳରୁ ଉଦ୍ଧାର ହେଲା ସଦ୍ୟ ଜନ୍ମିତ ଶିଶୁର ମୃତଦେହ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସମ୍ମୁଖରେ l ସୂଚନା ମୁତାବକ ଆଜି ସକାଳୁ ଥାନା ସମ୍ମୁଖରେ ଥିବା ଏକ ନାଳରେ ଗୋଟିଏ ନବଜାତ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ l ପୋଲିସ ସେଠାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଥିବା ବେଳେ କିଏ ଓ କେଉଁ ପରିସ୍ଥିତିରେ ଏହି ଶିଶୁ କନ୍ୟାକୁ ନାଳରେ ଫିଙ୍ଗି ଚାଲିଯାଇଛି ତାହା ଅସ୍ପଷ୍ଟ ରହିଛିl ପୁରୁଷୋତ୍ତମପୁର ପୋଲିସ ଘଟଣା ର ତଦନ୍ତ କରି ସୂଚନା ଦେଇଛନ୍ତି ,ଗୋଠିଆଳି ଗ୍ରାମ ର ନାରାୟଣ ରେଡ୍ଡୀ ଙ୍କ ସ୍ତ୍ରୀ ଙ୍କ ର ଆଜି ସକାଳ ସମୟରେ ପେଟ ଯନ୍ତ୍ରଣା ହେବାରୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆସିଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ ପରିସ୍ରା ଲାଗିବାରୁ ମେଡିକାଲ ସାମାନା ରେ ଥିବା ପରିସ୍ରାଗାରକୁ ଯାଇଥିଲେ । ସେହି ସମୟରେ ତାଙ୍କର ଗୋଟିଏ ମୃତ କନ୍ୟା ସନ୍ତାନ ଟିଏ ଜନ୍ମ ହୋଇଯାଇଥିଲା। ଭୟରେ ସେଠାରେ ଥିବା ନାଳରେ ମୃତ ଛୁଆ କୁ ଫିଙ୍ଗି ଘରୁ ପଳାଇଯାଇ ଥିଲେ । ପୋଲିସ ମୃତ ଛୁଆ କୁ ଉଦ୍ଧାର କରି ୩୧/୨୩ଏକ ମାମଲା ରୁଜୁ କରିବା ସହ ବ୍ରହ୍ମପୁର ବଡମେଡିକାଲ ରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ରୁ ଜଣାପଡିଛି, ହଜିଯାଇଛି ମାନବିକତା?ଜଣେ ମା କେବେହେଲେ ତାର ଛୁଆ କୁ ଫୋପାଡି ,ତାର ମାତୃତ୍ଵ ରେ କଳଙ୍କ ଲାଗିବାକୁ ଦେବନାହିଁ। ଶିକ୍ଷା ର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ଥାନା ଅଧିକାରୀ ସମିର କୁମାର ରାଉତ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ