ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ଇସ୍ତଫା

ଛତ୍ରପୁର,(ଯୁଗାବ୍ଦ ନୁୁ୍ୟଜ୍‌) : ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରାଜନୀତିରେ ଏକ ନୂଆ ବାତାବରଣ ଦେଖାଦେଇଛି । କିଛିଦିନ ହେଲା ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ମନୁମୁଖୀ କାର୍ଯ୍ୟକଳାପ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ନିଜେ ଅଧ୍ୟକ୍ଷ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଆଜି ଅପରାହ୍ନରେ ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ଛତ୍ରପୁର ଠାରେ ଗଂଜାମଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇସ୍ତଫା ପ୍ରଦାନ କରିବା ପରେ ଭାବବିହଳ ଭାବେ ନିଜକୁ ନ ରୋକିପାରି ଆଖି ଛଳଛଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ଦଳରେ ଅଛି ଏବଂ ରହିବି । ପରବର୍ତ୍ତୀ ଦଳର ଯାହା କାର୍ଯ୍ୟକ୍ରମ ରହିବ ତାକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ସହଯୋଗ କରିବି ବୋଲି ଅଧ୍ୟକ୍ଷ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଇସ୍ତଫା ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ବିଜେଡି ସଂପାଦକ ଗୌରୀଶଙ୍କର ରାଉଳ, ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ନିର୍ମଳ ଚନ୍ଦ୍ର ସାହୁ, ଅନୀଲ କୁମାର ଦାଶ, ରାଇପୁର ସରପଞ୍ଚ ରାଜେନ୍ଦ୍ର କୁମାର ଶତପଥୀ, ପୂର୍ବତନ ସରପଞ୍ଚ ନିଳମଣୀ ପଣ୍ଡା, ଆଇନଜୀବୀ ତାପସ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ