ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ପଞ୍ଚାୟତ ପ୍ରତିନିଧୀ
ଛତ୍ରପୁର: ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ବ୍ଲକ ବିରୁଦ୍ଧରେ ଆନାସ୍ଥା ଆଣିଲେ ବ୍ଲକର ୪୭ଜଣ ସରପଂଚ ଓ ସମିତି ସଭ୍ୟସଭ୍ୟା ମାନେ । ଏନେଇ ଆଜି ୨୬ପଂଚାୟତରୁ ୪୭ଜଣ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନେ ଏକତ୍ର ହୋଇ ଛତ୍ରପୁର ଆସି ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡାଙ୍କୁ ଗାଦିଚ୍ୟୁତ୍ କରିବା ନିମନ୍ତେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ନେଇ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହାସହ ସମସ୍ତଙ୍କ ଭୋଟ ପରିଚୟ ପତ୍ର ଲିଖିତ ଦସ୍ତଖତ ଲେଖା ଦେଇଛନ୍ତି । ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତେ ଏକା ସ୍ୱରରେ ଉପଜିଲ୍ଲାପାଳଙ୍କ ପାଖରେ ଦାବୀ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଆଇନ ଅନୁସାରେ କାର୍ଯ୍ୟ କରାଯିବ ବୋଲି ସେ ସମସ୍ତଙ୍କୁ କହିଥିଲେ । ସୂଚନା ଯୋଗ୍ୟ ଯେ, ୨୫ ତାରିଖରେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତପା ପତ୍ର ପ୍ରଦାନ କରିଥିଲେ । ପୁଣି ସେ ଗତ କିଛି ଦିନ ହେଲା ନିଜ ପଦବୀରେ ଯୋଗ ଦେଇଛନ୍ତି । ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା ବବିତା ରାଉଳଙ୍କ ନେତୃତ୍ୱରେ ଆସିଥିବା ସରପଂଚ ସମିତିସଭ୍ୟ ମାନେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ହଟାଓ ପଞ୍ଚାୟମ ସମିତି ବଞ୍ଚାଓ ନାରାବାଜି ଦେବାସହ ବ୍ଲକ ଅଧ୍ୟକ୍ଷ ହାଏ ହାଏ ମଧ୍ୟ କହିଥିଲେ । ବ୍ଲକ ଅଧ୍ୟକ୍ଷ ଦୁର୍ନିତୀରେ ଜଡିତ ରହିଛନ୍ତି । ପିସି କାରବାର ଚଳାଇଛନ୍ତି । ଆମ ମାନଙ୍କୁ ଅଣଦେଖା କରିଛନ୍ତି । ବ୍ଲକରେ କୈାଣସି କାର୍ଯ୍ୟ ହେଉନି ଏକ ପ୍ରକାର ଠପ୍ ହୋଇ ରହିଛି । ଏକ ବର୍ଷ ମଧ୍ୟରେ ବ୍ଲକକୁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନହୋଇ ୪୦କୋଟିରୁ ଉର୍ଦ୍ଧ୍ୱ ଅର୍ଥ ବିନିଯୋଗ ନହୋଇ ବ୍ଲକରେ ପଡି ରହିଛି । ଏନେଇ ସମସ୍ତ ପ୍ରତିନିଧୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ।