ପୁରୁଷୋତ୍ତମପୁର ବ୍ଲକ ଲାଗି ୧୩ କୋଟି ଟଙ୍କା ର ପ୍ରକଳ୍ପ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଆମ ଓଡ଼ିଶା ନବୀନ ଓଡ଼ିଶା ରେ ପୁରୁଷୋତ୍ତମପୁର ବ୍ଲକ ର ୨୬ଟି ପଞ୍ଚାୟତ ର ୩୧୩ ପ୍ରକଳ୍ପ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ଗୁଡ଼ିକ କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିୟାନ ଭର୍ଚୁଆଲ ମୋଡରେ ଅନୁମୋଦନ ଓ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପୁରୁଷୋତ୍ତମପୁର ସହର ସ୍ଥିତ ନରସିଂହ ଦାଶ ହାଇସ୍କୁଲ ଖେଳ ପଡିଆ ରେଏକ ବିଶାଳ ସମାବେଶ ହୋଇଥିଲା।ପ୍ରତି ପଞ୍ଚାୟତ କୁ ୫୦ଲକ୍ଷ ଟଙ୍କା ର ଅନୁଦାନ ମିଳିଥିବା ରୁ ଗ୍ରାମର ଥିବା ବିଭିନ୍ନ ମନ୍ଦିର ତଥା ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ମାଧ୍ୟମରେ ତାରାତାରିଣୀ ମନ୍ଦିର ସୈ। ନ୍ଦର୍ଯ୍ୟକରଣ ଓ ଋଷିକୂଲ୍ୟା ନଦୀ ହୁଡା ପାଇଁ ୧୮ କୋଟି ଟଙ୍କା ଅନୁଦାନ ମିଳିଛି । ସେହିପରି ତାରାତାରିଣୀ ମହାବିଦ୍ୟାଳୟ ପାଇଁ ଦୁଇ କୋଟି ଟଙ୍କା,ତୁମ୍ବେଶ୍ବର ମନ୍ଦିର ର ଉନ୍ନତି କରଣ ସକାଶେ ୧.୨୦ କୋଟି ର ଅନୁଦାନ ମିଳିଥିବା ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ ଘୋଷଣା କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତ, ତହସିଲଦାର ଲୋପାମୁଦ୍ରା ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି, ବିଜେଡି ବରିଷ୍ଠ ନେତା ନିର୍ମଳ ଚନ୍ଦ୍ର ସାହୁ,ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ବିଡ଼ିଓ ମନୋଜ କୁମାର ନାୟକ, ସହକାରୀ ଯନ୍ତ୍ରୀ ସରୋଜ କୁମାର ସାବତ, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳ ଗୈାଡ, ଲିଙ୍ଗରାଜ ବାରିକ, ବିଜେଡି ସଭାନେତ୍ରୀ ଜି ଜୟ ଶ୍ରୀ ଦୋରା,ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାସ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ୪ ହଜାର ରୁ ଉର୍ଦ୍ଧ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ