ପୁରୁଷ କମିଶନ ଗଠନ ହେଉ

ଗଲା ସପ୍ତାହରେ ଦେଶର ଆଇଟି ସହର ଭାବେ ପରିଚିତ ବେଙ୍ଗାଲୁରରେ ଦୁଇଟି ହୃଦୟ ବିଦାରକ ଘଟଣା ଘଟିଛି, ଯାହାକି ସାରା ଦେଶରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ସେହି ଘଟଣା ଦୁଇଟି ହେଉଛି, ପତ୍ନୀ ଓ ଶାଶୁ, ଶ୍ୱଶୁରଙ୍କ ନିର୍ଯ୍ୟାତନା ସହି ନପାରି ଯୁବ ଇଞ୍ଜିନିୟର ଅତୁଲ ସୁଭାଷ ଏବଂ କନେଷ୍ଟବଳ ୩୪ବର୍ଷ ବୟସ୍କ ଏଚ.ସି.ଥିପନ୍ନା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ସେମାନେ ଲେଖିଥିବା ସୁଇସାଇଡ୍ ନୋଟରୁ ଦୁଇଟି ଯାକ ଘଟଣା ଯୌତୁକ ନିରୋଧ ଆଇନର ପରିଣତି ବୋଲି ଜଣାଯାଇଛି । ଯୌତୁକ ନିରୋଧ ଆଇନକୁ ଅସ୍ତ୍ର କରି ଦୁଇଟି ଯାକ ଘଟଣା ଘଟିଛି । କେବଳ ଏହି ଦୁଇଟି ଘଟଣା ନୁହେଁ, ଦେଶରେ ପ୍ରତିଦିନ ଏହିଭଳି ବହୁ ଘଟଣା ଘଟୁଛି, ଯାହାକୁ କି ପୁରୁଷ ନିର୍ଯ୍ୟାତନା ବୋଲି କୁହାଯାଇପାରିବ । ଏହା ନିସନ୍ଦେହ ଯେ, ଦେଶରେ ଯେଉଁଭଳି ଭାବେ ମହିଳା ନିର୍ଯ୍ୟାତନା ଘଟଣାମାନ ଘଟୁଛି, ତାହା ଅତ୍ୟନ୍ତ ଉଦ୍‌ବେଗଜନକ । ମହିଳାଙ୍କୁ ଯୌତୁକ, ଘରୋଇ ହିଂସା, ଦୁଷ୍କର୍ମ ଆଦି ଘଟଣାରୁ ସୁରକ୍ଷା ଦେବା ପାଇଁ ବହୁ ଆଇନ ରହିଛି । ଯେଉଁଥିରେ କି କଠୋର ଦଣ୍ଡ ବ୍ୟବସ୍ଥା ସ୍ୱରୁପ ଉଭୟ ଜେଲ ଓ ଜରିମାନା ବ୍ୟବସ୍ଥା ରହିଛି । ଏହା ସତ୍ୱେ ଦେଶରେ ପ୍ରତି ୩ଜଣରେ ଜଣେ ମହିଳା ନିର୍ଯ୍ୟାତିତା ହେଉଥିବାବେଳେ ପ୍ରତି ମିନିଟ୍‌ରେ ୪୫ଜଣ ମହିଳା ବଳାକାôରର ଶିକାର ହେଉଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟ କହେ । କିନ୍ତୁ ମହିଳାଙ୍କ ପାଇଁ ଥିବା ସୁରକ୍ଷା ଆଇନ ଏବେ ଦେଶର ଲକ୍ଷାଧିକ ପୁରୁଷ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ନିକଟରେ ସର୍ବୋଚ୍ଚ ଅଦାଲତ ଏକ ମିଥ୍ୟା ଓ ଘରୋଇ ହିଂସା ମାମଲା ଉପରେ ଶୁଣାଣୀ କରିବା ଅବସରରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମାମଲାକୁ ଖାରଜ କରିବା ସହ ଯୌତୁକ ଓ ଘରୋଇ ହିଂସା ଆଇନର ଦୁରୁପଯୋଗ ରୋକିବାକୁ ପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ନିମ୍ନ ଅଦାଲତରେ ବିଚାରପତି ଓ ପୋଲିସ ବିନା କୌଣସି ପ୍ରମାଣରେ ସ୍ୱାମୀଙ୍କ ପରିବାରର ସମସ୍ତ ଲୋକଙ୍କୁ ସମ୍ପୃକ୍ତ କରାଇବା ଭଳି ଘଟଣା ତୁରନ୍ତ ବନ୍ଦ ହେବା ଦରକାର ବୋଲି ସୁପ୍ରିମକୋର୍ଟ ନିମ୍ନ ଅଦାଲତ ଓ ପୋଲିସକୁ ଯେଉଁ ପରାମର୍ଶ ଦେଇଛନ୍ତି, ତାହା କେବଳ ସ୍ୱାଗତଯୋଗ୍ୟ ନୁହେଁ, ସମୟୋପଯୋଗୀ ବୋଲି କୁହାଯାଇପାରିବ । ଏହା ନିସନ୍ଦେହ ଯେ, ଯୌତୁକ ଆଇନ ଓ ଘରୋଇ ହିଂସା ଆଇନକୁ ଅନେକ ମହିଳା ଅପବ୍ୟବହାର କରି ସ୍ୱାମୀ ଏବଂ ଶଶୁର ଘର ଲୋକଙ୍କ ଜୀବନ ନର୍କ ପାଲଟି ଯାଇଥିବା ବହୁ ନଜୀର ରହିଛି । ଏ ସଂକ୍ରାନ୍ତୀୟ ଅଭିଯୋଗ ସଂଖ୍ୟା ମଧ୍ୟ ବଢିଚାଲିଛି । ଯୌତୁକ ନିରୋଧ ଆଇନର ଧାରା ୪୯୮(କ) ଏବେ ମହିଳାଙ୍କ ପାଇଁ ସବୁଠାରୁ ବଡ ଅସ୍ତ୍ର ପାଲଟିଛି । ଯାହାକି ଅନେକ ପରିବାର ପାଇଁ ନିଶାଣ ପାଲଟିଛି । ଏଭଳି ମିଛ ମାମଲା ପାଖାପାଖି ପ୍ରତି ଏକ ଲକ୍ଷରେ ୧୦ରୁ ୧୫ହଜାର ରହିଥିବା ଏନସିଆରବି ପରିସଂଖ୍ୟାନ କହେ । ଏଭଳି ମମାଲା ଗ୍ରାମାଚଂଳ ତୁଳନାରେ ସହରାଚଂଳରେ ବଢିଚାଲିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମିଛ ମାମଲାରେ ଭାଙ୍ଗି ପଡି ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅତୁଲ ସୁବାସ ଏବଂ ଏଚ.ସି.ଥିପନ୍ଥା । କେବଳ ଏହି ଦୁଇଜଣ ନୁହଁନ୍ତି, ଏହିଭଳି ଅନେକ ନିଜ ଜୀବନ ହାରିଥିବା ଅଭିଯୋଗ ହୁଏ, ଯେଉଁମାନେ କି ଲୋକଲଜ୍ୟା ଭୟରେ ନିଜ କଥା କାହାରି ନିକଟରେ ପ୍ରକାଶ କରିନାହାଁନ୍ତି । ଏବେ ଲକ୍ଷାଧିକ ପୁରୁଷ ନିର୍ଯ୍ୟାତନା ମାମଲା ଅଦାଲତରେ ବିଚାରାଧୀନ ରହିଛି । ପ୍ରଶ୍ନ ଉଠୁଛି ଯୌତୁକ ଓ ଘରୋଇ ହିଂସା ଆଇନ ବଳରେ ନିଜ ପତ୍ନୀ ଓ ଶଶୁର ଘର ଲୋକଙ୍କ ଦ୍ୱାରା ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଥିବା, ମାଲିମକଦ୍ଦମାରେ ଛନ୍ଦି ହୋଇପଡିଥିବା ପୁରୁଷମାନଙ୍କୁ ସୁରକ୍ଷା ଦେବ କିଏ ? ନିର୍ଯ୍ୟାତିତ ଦେବ କିଏ? ନିର୍ଯ୍ୟାତିତ ପୁରୁଷମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଆଇନ ଓ ପୁରୁଷ କମିଶନ ଗଠନର ଆବଶ୍ୟକତା ରହିଛି । ଅବଶ୍ୟ ପୁରୁଷ କମିଶନ ଗଠନ ପାଇଁ ଦାବି ଯୋର ଧରିଲାଣି । ଆମ ରାଜ୍ୟର ଜଣେ ଆଇନଜୀବୀ ମହିଳା ସୁରକ୍ଷା ଆଇନ ଦ୍ୱାରା ମିଛରେ ଶିକାର ହେବା ପରେ ପୁରୁଷ କମିଶନ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସଭା, ସମିତି ଶୋଭାଯାତ୍ରା ଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ଏ ନେଇ ସର୍ବୋଚ୍ଚ ଅଦାଲତ ପୁରୁଷ ନିର୍ଯ୍ୟାତିତ କଷ୍ଟ, ବେଦନା, ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ତୁରନ୍ତ ପୁରୁଷ କମିଶନ ଗଠନ ଓ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପରାମର୍ଶ ଦେବେ ବୋଲି ଆମେ ଆଶାବାଦୀ । ଅନ୍ୟ ଅତୁଲ ଓ ଥିପନ୍ନାଙ୍କ ପରି ବହୁ ଯୁବକଙ୍କ ଜୀବନ ଅକାଳରେ ଝଡି ପଡିବା ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ