ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଶୁଭାରମ୍ଭ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜନ ସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ ବେଲଗୁଣ୍ଠା ବ୍ଳକ୍ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଏକ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି I ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ସଂଯୋଜନା କରିଥିବା ବେଳେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ,ଫାର୍ମାସିଷ୍ଟ ସନ୍ତୋଷ ସନ୍ତୋଷ ପାତ୍ରଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲା I ଆଜି ଏହି ରଥ ଗାଙ୍ଗପୁର, ବୋରୀ, କୁମୁଣ୍ଡି,ବିଞ୍ଝଗିରୀ,ସିଂହମର୍ଦ୍ଦନ,ପାଲକଷଣ୍ଢା, ନୁଣିପଡ଼ା ପ୍ରଭୃତି ଗ୍ରାମରେ ପରିକ୍ରମା କରିବା ସହିତ ଛୁରୀର ବ୍ୟବହାର ନକରି ପୁରୁଷ ବନ୍ଧ୍ୟାକରଣ ଉପରେ ଜନ ସଚେତନତା କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ