ପୁରୁଷ ବିଶ୍ୱକପ ହକି – ୨୦୨୩ ଉପଲକ୍ଷେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆନ୍ତର୍ଜାତୀୟ ହକି ଫେଡେରେସନର ସ୍ୱୀକୃତି ଯୋଗୁ ରାଜ୍ୟ ସରକାର ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ ହକି -୨୦୨୩ ଆୟୋଜନ ଉପଲକ୍ଷେ ଏହାକୁ ସ୍ମରଣୀୟ ଓ ଜନସାଧାରଣଙ୍କୁ ସଚେତନ ତଥା କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦେଶ୍ୟରେ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ)ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ୯ଟି ବ୍ଲକର ବି.ଇ.ଓ., ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଶାରୀରିକ ଶିକ୍ଷା ନିରୀକ୍ଷକ, ଓର୍ମାସର ଡେପୁଟି ସି.ଇ.ଓ. ନୀରୋଦ ଜେନା, ଏ.ପି.ଡି. ଅବଦୁଲ ରହମାନ, ୯ଟି ବ୍ଲକର କ୍ରୀଡା ଜେନେରାଲ ସେକ୍ରେଟେରୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କ୍ରିକେଟ ଓ ଭଲିବଲ କ୍ରୀଡା ପ୍ରତିଯୋଗୀତା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଗ୍ରାମ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏହି କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବ । ପଞ୍ଚାୟତସ୍ତରରେ ଜାନୁୟାରୀ ୩ତାରିଖଠାରୁ ୮ତାରିଖ ପର୍ଯ୍ୟନ୍ତ, ବ୍ଲକ ସ୍ତରରେ ଜାନୁୟାରୀ ୧୧ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏବଂ ଜିଲ୍ଲା ସ୍ତରରେ ଜାନୁୟାରୀ ୧୭ତାରିଖଠାରୁ ୧୯ତାରିଖ ମଧ୍ୟରେ କ୍ରୀଡା ପ୍ରତିଯୋଗୀତାମାନ ଅନୁଷ୍ଠିତ ହେବ । ପ୍ରତି ଗ୍ରାମପଞ୍ଚାୟତ ସ୍ତର ପାଇଁ ୧୦ହଜାର, ବ୍ଲକ ସ୍ତରପାଇଁ ୫୦ ହଜାର ଓ ଜିଲ୍ଲାସ୍ତରପାଇଁ ୧ଲକ୍ଷ ଟଙ୍କାର ଅର୍ଥିକ ଅନୁଦାନ ରାଶି ଖର୍ଚ୍ଚ କରିବାପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ