ପୁର୍ନବାସ ପକ୍ଷରୁ ଆର୍ନ୍ତଜାତିକ ହୁଇଲ୍ ଚେୟାର ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗତ୨୦୦୮ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ଆର୍ନ୍ତଜାତିକ ହୁଇଲ୍ ଚେୟାର ଦିବସ ରୂପେ ପାଳନ କରାଯାଇ ଆସୁଅଛି । ଏହି ଦିବସରେ ମନୁଷ୍ୟ ସମାଜ ନିମନ୍ତେ ହୁଇଲ୍ ଚେୟାରର ଉପଯୋଗିତା କୁ ସୂଚାଇ ଦିଆଯାଇଥାଏ । ବିଶେଷ କରି ଦୁର୍ଘଟଣାଜନିତ କାରଣ ହେଉ ଅବା ରୋଗ ଗସ୍ତତା ହେତୁ ଗତିହୀନ ହୋଇ ପଡିଥିବା ବ୍ୟକ୍ତିକୁ ଏହା ଭିନ୍ନପ୍ରକାରର ଗତିଶୀଳତା ପ୍ରଦାନ କରିଥାଏ । ଉକ୍ତ ଦିବସର ବିଶେଷତ୍ୱକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଅଭିଲକ୍ଷ୍ୟରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁର୍ନବାସ” ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ପୁର୍ନବାସ’ର ମୁଖ୍ୟ ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବରିଷ୍ଠ ଚିକିତ୍ସକ ଡାକ୍ତର ବିଶ୍ୱ ପ୍ରକାଶ କାନୁନ୍ଗୋ, ୧୦ ନମ୍ବର ୱାର୍ଡର କାଉନ୍ସିଲର ରଶ୍ମିତା ସିଂହ, ଓ ନିମାଇ ଚରଣ ମାନସିକ ନ୍ୟୁନତା ସଂସ୍ଥାନ ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏହି ଦିବସ ସଂପର୍କିତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପଟାମୁଣ୍ଡାଇ ବେଲତଳ ଗ୍ରାମର ଭିନ୍ନକ୍ଷମ ଯୁବକ ଶୁଭେନ୍ଦୁ ପାତ୍ରଙ୍କୁ ଏକ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଯୋଜକ ସଞ୍ଜିବ୍ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ଶେଷଦେବ ପ୍ରସାଦ ଦାସ, ଜ୍ୟୋତିରଞ୍ଜନ ନାୟକ, ଧର୍ମଦର୍ଶୀ କର, କ୍ଷୀରୋଦ କର, ବଂଶୀଧର ମହାନ୍ତି ଓ ମନୋଜ ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।