ପୁର୍ବତନ ଜିଲ୍ଲାପରିଷଦ ତଥା ବରିଷ୍ଠ ବିଜେପି ନେତା ବିଜୟ ରାଉତଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ୩୪ନମ୍ବର ଜୋନର ପୁର୍ବତନ ଜିଲ୍ଲାପରିଷଦ ତଥା ବରିଷ୍ଠ ବିଜେପି ନେତା ବିଜୟ ରାଉତଙ୍କ ଅକାଳ ବିୟୋଗ ଘଟିଛି । ଗତ କିଛିଦିନ ତଳେ ସେ ବାଙ୍ଗୋର ସ୍ଥିତ ବାସଭବନରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱର ନିଆଯାଇ ଏମ୍ସ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେ ଆଜି ତାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳେକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲେ । ସେ ଜଣେ ପରୋପକାରୀ, ନିର୍ଭିକ, ବିଶିଷ୍ଟ ରାଜନିତିଜ୍ଞ ବ୍ୟକ୍ତି ଭାବେ ସମଗ୍ର ଜିଲ୍ଲାରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ହାଟଡିହି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ପୁର୍ବତନ ସରପଞ୍ଚ ଅମରେନ୍ଦ୍ର ଧଳ, ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୁର୍ବତନ ଜିଲ୍ଲାପରିଷଦ ଟିକି କିସ୍କୁ ପ୍ରମୁଖ ଗଭୀର ଶେକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ