ପୁର୍ବତନ ପୋଷ୍ଟ ମାଷ୍ଟର ବାଇଧର ସାମଲଙ୍କ ପରଲୋକ

ହାଟଡ଼ିହି, : ଛେନାପଦିଛକ ପୋଷ୍ଟ ଅଫିସର ପୁର୍ବତନ ପୋଷ୍ଟ ମାଷ୍ଟର ବାଇଧର ସାମଲଙ୍କ ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଚକ୍ରତୀର୍ଥ ଆଶ୍ରମ ରାମବାବାଙ୍କର ଜଣେ ପରମ ଭକ୍ତ ଥିଲେ । ସେ ଗତ କିଛିଦିନ ହେଲା ଲିଭର ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିବାବେଳେ ଛେନାପଦିଛକ ସ୍ଥିତ ନିଜ ଘରେ ପରଲୋକ ଘଟିଥିଲା । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ପଞ୍ଚାନନ ବେହେରା, ମାର୍କଣ୍ଡ ଚରଣ ଓଝା, ଦେବେନ୍ଦ୍ର କୁମାର ଜେନା, କିଶୋର ଆଚାର୍ଯ୍ୟ, ସୁଧାକର ଓଝା, ପ୍ରଶାନ୍ତ ରାଉତ, ସନ୍ୟାସୀ ସା, ରବିନ୍ଦ୍ର କୁମାର ଜେନା, ମୁଚୁକୁନ୍ଦ ଲେଙ୍କା, ମହେଶ୍ୱର ସା, ତାରିଣୀ ମନ୍ଦିରର ସମସ୍ତ ପୂଜକ ଓ ଛେନାପଦିଛକର ବହୁ ମାନ୍ୟଗଣ୍ୟ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ନିଜ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଭାଇ ରଙ୍କନାଥ ସାମଲ, ଜଗତବନ୍ଧୁ ସାମଲ, ସ୍ନ୍ କୁମାର ସାମଲ, ପୁଅ କୃପାସିନ୍ଧୁ ସାମଲ, ରତିକାନ୍ତ ସାମଲ, ଦିଲିପ ସାମଲ, ରଘୁନାଥ ସାମଲ, ବାବୁନୁ ସାମଲ, ଅରବନ୍ଦ ସାମଲ, ସନ୍ତୋଷ ସାମଲ, ପରିତୋଷ ସାମଲ, ଜିତେନ୍ଦ୍ର ସାମଲ, ବାବି ସାମଲ, ଲୁଲୁ ସମାଲ, କୁଲୁ ସାମଲ, ସତ୍ୟବ୍ରତ ସାମଲ,ଯୁବରାଜ ସାମଲ, ଦିପକ ମାସଲ, ପଙ୍କଜ ଚକ୍ର, କ୍ଷେତ୍ରବାସୀ ମଲ୍ଲିକ, ବାବୁଲି ମଲ୍ଲିକ, ଚଗଲା ମଲ୍ଲିକ, ଟୁଟୁ ମଲ୍ଲିକ ଙ୍କ ସମତେ ସମସ୍ତ ପରିବାରବର୍ଗ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ