ପୁର୍ବତନ ପ୍ରଧାନ ଶିକ୍ଷକଙ୍କ ପରଲୋକ
ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ବେଲଗୁଣ୍ଠା ବ୍ଲକ ଗାଙ୍ଗପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିନଂ କୁରେଶୁ ପାତ୍ରଙ୍କ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ (୮୧)ବର୍ଷ ବୟସ ହୋଇଥିଲା ।ସେ କିଛି ଦିନ ହେବ ଅସୁସ୍ଥ ଥିଲେ ।ଆଜି ଦିବା ୪.୩୦ରେ ନିଜ ଗାଙ୍ଗପୁର ମେଇନ୍ ରୋଡ ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ଘଟିଥିଲା ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।ବରିଷ୍ଠ ବିଜେପି ନେତା ନୀଳମଣି ବିଷୋୟୀ, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ, କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପ-ସଭାପତି ପ୍ରଭାତ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ ।।ସେ ଜଣେ ମୀଷ୍ଠଭାଷୀ,ଛାତ୍ରବଚ୍ଛଳ,ପରୋପକାରୀ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସୁର୍ଯ୍ୟ, ଅରୁଣ କନ୍ୟା ମାମି,ଲିଲି ,ବୋହୂ ,ଜ୍ୱାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ ।ଜ୍ୟୋଷ୍ଠ ପୁତ୍ର ସୁର୍ଯ୍ୟ ମୁଖାଗ୍ନି ଦେଇଥିଲେ ।ଗାଙ୍ଗପୁର ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।