ପୁର୍ବତନ ଫୁଟବଲ ଖେଳାଳିଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ପୁର୍ବତନ ଫୁଟବଲ ଖେଳାଳି ପ୍ରଦୀପ ପଟ୍ଟନାୟକ(ବାବୁଲି)ଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ବହୁମୁତ୍ର ରୋଗରେ ପିଡୀତ ଥାଇ କଟକରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଗତକାଲି ପରଲୋକ ଘଟିଥିଲା । ସେ ଜଣେ ଫୁଟବଲ ଖେଳାଳୀ, ଜଣେ ସଂଗଠକ, ମେଳାପୀ ଭାବରେ ବେଶ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ବଞ୍ଚୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ପୁର୍ବତନ ସମିତିସଭ୍ୟ ଅକ୍ଷୟ କୁମାର ବରାଳଙ୍କ ସହ ଶତାଧିକ ମାନ୍ୟଗଣ୍ୟ ଲୋକ ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପୀରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ବୈତରଣୀ ନଦୀକୁଳକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ସତ୍ୟପ୍ରୀୟ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ