ପୁର୍ବତନ ବିଧାୟକଙ୍କ ବିୟୋଗରେ ଶୋକପ୍ରକାଶ
ହାଟଡିହି : କେନ୍ଦୁଝର ଜିଲ୍ଲା ପାଟଣାର ପୁର୍ବତନ ବିଧାୟକ ଗୌରହରି ନାୟକଙ୍କ ମୃତ୍ୟୁରେ ବିଜେଡି ପକ୍ଷରୁ ଗଭର ଶୋକ ପ୍ରକାଶ ପାଇଛି । ଶ୍ରୀଯୁକ୍ତ ନାୟକ ଗତ ୨୦୦୦ରୁ ୨୦୦୯ ମର୍ଯ୍ୟନ୍ତ ପାଟଣାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ପରଲୋକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଏକ୍ସ. ଏମ.ଏଲ.ଏ କାଉନସିଲର ସମ୍ପାଦକ ତଥା ପୁର୍ବତନ ବିଧାୟକ ମାୟାଧର ଜେନା, ବିଜେଡି ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ କେନ୍ଦୁଝର ଜିଲ୍ଲା ଜଣେ ଦକ୍ଷ ରାଜନୈତିଜ୍ଞ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଛନ୍ତି । ଏହି ମର୍ମରେ ସେମାନେ ସ୍ୱର୍ଗତ ଗୌରହରି ନାୟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।