ପୁର୍ବତନ ରାଜସ୍ୱ ପରିଦର୍ଶକଙ୍କ ପରଲୋକ

ହାଟଡିହି (ଓ୍ବାଇଏନ୍ଏସ୍) : ଅବସରପ୍ରାପ୍ତ ରାଜସ୍ୱ ପରିଦର୍ଶକ ତଥା ଘସିପୁରା ବ୍ଲକ ଖାଳିଆମେଣ୍ଟା ଗ୍ରାମର ନିଳକଣ୍ଠ ଜେନାଙ୍କ ୭୮ବର୍ଷ ବୟସରରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ପ୍ରଦୀପ କୁମାର ଜେନା, ଦିଲ୍ଲିପ କୁମାର ଜେନା, ଝିଅ ସ୍ନେହମୟୀ ମଙ୍ଗରାଜ, ଜଲି ଜେନା, ଜ୍ୱାଇଁ ନିରଞ୍ଜନ ଘଡେଇ, ମୀନକେତନ ମଙ୍ଗରାଜ, ଡମ୍ବରୁଧର ରାଉତଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ ଓ ସଂଗଠକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ବିଧାୟକ ବଦ୍ରୀନାରାୟଣ ପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଦସ୍ୟ ରଙ୍ଗାଧର ମହାରଣା, ଅଇଣ୍ଠୁ ମହାରଣା, ଚିନ୍ତ ।ମଣୀ ଜେନା, ଦୁର୍ଯ୍ୟୋଧନ ଜେନା, ନିତ୍ୟାନନ୍ଦ ମହାରଣା, ମାର୍କଣ୍ଡ ଜେନା, ସୁବୁଧି ଜେନା, ପଦ୍ମଲାଭ ଚକ୍ର, ନିମାଇଁ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ଶ୍ମସାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ପ୍ରଦୀପ କୁମାର ଜେନା ମୁଖାଗ୍ନି ଦେଇଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ