ପୁର୍ବତନ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ପରଲୋକ

ହାଟଡିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ସରଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ୭୨ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ଧକୋଠା ଉପ୍ରା ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବାବେଳେ ପରେ ଆନନ୍ଦପୁର ଉପ୍ରା ବିଦ୍ୟାଳୟ, ସରଳା ଉପ୍ରା ବିଦ୍ୟାଳୟ, ରାଧାନଗର ପାଟଣା ଉପ୍ରା ବିଦ୍ୟାଳୟରେ ଶିକ୍ଷାଦାନ କରି ସମସ୍ତଙ୍କ ପ୍ରୀୟପାତ୍ର ହେବାସହ ଗତ ୨୦୦୭ରେ ଚାକରୀରୁ ଅବସର ନେଇଥିଲେ । ଗତକାଲି ତାଙ୍କର ପରଲୋକ ଘଟିଥିଲା । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ୱାମୀ, ମହେନ୍ଦ୍ର କୁମାର ପଟ୍ଟନାୟକ, ପୁଅ, ବୋହୁ, ପୁତୁରା, ଝିଅ, ଜ୍ୱାଇଁଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିବାବେଳେ ପରଲୋକ ଖବରପାଇ ଶିକ୍ଷାବିତ ଯଯାତି କେଶରୀ ରାଉତ, ବଳରାମ ସା, ପର୍ଶୁରାମ ବେହେରା, ବାଇଧର ଜେନା, ମହେଶ୍ୱର ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କର ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିବାବେଳେ ପୁତୁରା ବାବୁଲା ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ