ପୁର୍ବତନ ସରପଞ୍ଚ ହତ୍ୟା ଘଟଣାର ୧୦ଦିନ ବିତିଲା, ହତ୍ୟାକରୀଙ୍କ ଟେର ପାଉନି ପୁଲିସ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା କେ ବାଲିପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ତଥା ବଉଳା ଫାଣ୍ଡିର ଗ୍ରାମରକ୍ଷନ୍ନିରଞ୍ଜନ ପାତ୍ରଙ୍କୁ ହତ୍ୟା ଘଟଣାର ୧୦ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କ ଟେର ପାଇପାରୁନି । ଏହି ଘଟଣାରେ ପୁଲିସ ବିଭିନ୍ନ ଗ୍ରାମରୁ ୧୭ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବାବେଳେ ତନ୍ମଧ୍ୟରୁ ୮ଜଣଙ୍କୁ ଛାଡି ଦେଇଛି । ଏବେବି ୯ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । କେନ୍ଦୁଝରର ଅତିରିକ୍ତ ଏସ.ପି, ବଡବିଲ ଏସଡିପିଓ, ଆନନ୍ଦପୁର ଏସଡିପିଓଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ମାନେ ଉପସ୍ଥିତ ରହି ତଦନ୍ତ ଚଳାଇଥିଲେବି ହତ୍ୟାକାରୀଙ୍କ ସୁରକାକ ପାଇବାରେ ବିଫଳ ହୋଇଛନ୍ତି । ବିୋଷକରି ସ୍ଥାନୀୟ ଲୋକମାନେ ହତ୍ୟାକାଣ୍ଡ ସମ୍ପର୍କରେ କେହିବି ମୁର୍ହ ଖୋଲୁ ନଥିବାରୁ ପୁଲିସ କେବଳ ଅନ୍ଧାରରେ ବାଡି ବୁଲାଉଛି । ମୃତ ନିରଞ୍ଜନଙ୍କ ମୋବାଇଲର ସନ୍ଧାନ ମିଳୁନଥିବାରୁ କାଳେ ହତ୍ୟାକାରୀମାନେ କୁଅରେ ପକାଇ ଦେଇଥିବେ ସେଥିଲାଗି ଗତକାଲି କୁଅରୁ ପାଣି କାଢ଼ି କୁଅକୁ ସଫା କରିଥିଲେ ମଧ୍ୟ ମୋବାଇଲ କିମ୍ବା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରର ସନ୍ଧାନ ମିଳି ନଥିଲା । ପୁଲିସ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଦିନରାତି ଏକ କରିଦେଇଥିଲେ ମଧ୍ୟ କୌଣସି ସୁରାକ ପାଇପାରୁ ନଥିବାରୁ ହତ୍ୟାକାଣ୍ଡ ୁପରୁ ପରଦା ହଟିବାରେ ବିଳମ୍ବ ଘଟୁଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ୧୨ତାରିଖ ଦିନକେହି ଦୁର୍ବୁତ ପୁର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ହାଣି ହତ୍ୟା କରିବାପରେ ମୃତଦେହ ଗୁଡିକୁ ଆଣି କୁଅରେ ପକାଇ ଦେଇଥିଲେ । ଗୋଟିଏ ଦିନ ପରି ଗ୍ରାମବାସୀମାନେ ଏ ବାବଦରେ ଜାଣିବାପରେ ପୁଲିସକୁ ସୁଚନା ଦେବାପରେ ୧୪ତାରିଖ ସକାଳେ ପୁଲିସ ମୃତ ଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିତôଲା । କେନ୍ଦୁଝର ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସେହିଦିନ ଠାରୁ ଉଚ୍ଚ ପଦସ୍ଥ ପୁଲିସ ଅଫିସରମାନେ ସେଠାରେ ଉପସ୍ଥିତ ରହି ସୋସୋ ପୁଲିସ ସହିତ ମିଶି ତଦନ୍ତ ଚଳାଇଛନ୍ତି । ଏ ସମ୍ପର୍କରେ ପୁଲିସକୁ ପଚାରିଲେ ମଧ୍ୟ କୌଣସି ଉତ୍ତର ମିଳିପାରୁନି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ