ପୁର୍ବତନ ସହକାରୀଯନ୍ତ୍ରୀଙ୍କ ବିୟୋଗରେ ଶୋକସଭା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ପୁର୍ବତନ ସହକାରୀଯନ୍ତ୍ରୀ ତଥା ବର୍ତ୍ତମାନର ଝୁମ୍ପୁରା ବ୍ଲକର କନିଷ୍ଠଯନ୍ତ୍ରୀ ଥିବା ନନିନ୍ଦ୍ରନାଥ ନାୟକଙ୍କ ଅକାଳ ବିୟୋଗରେ ହାଟଡିହି ବ୍ଲକ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ଗତକାଲି ଶ୍ରୀ ନାୟକ ଏକ ଦୁର୍ଘଟଣାର ଶୀକାର ହୋଇ ମୃତୁ୍ୟବରଣ କରିଥିବା ଜଣାପଡିବାପରେ ଆଜି ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିଲା । ଏଥିରେ ବ୍ଲକର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନେ ସାମିଲ ହୋଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାିଥିଲା । ସ୍ୱର୍ଗତ ନାୟକ ଜଣେ ମିଷ୍ଠଭାଷୀ, କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ଏଠାରେ କାର୍ଯ୍ୟ କରୁଥିବା ସମୟରେ ସେ ସମସ୍ତଙ୍କ ପ୍ରୀୟ ଭାଜନ ହୋଇପାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ