ପୁର୍ବ ବିବାଦକୁ ନେଇ ଆକ୍ରମଣ : ଦୁଇ ଆହତ : ଜଣେ ଗୁରୁତର 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ତାମ୍ପଳା ଗାଁରେ ପୁର୍ବ ବିବାଦକୁ ନେଇ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବାରୁ ଦାସରଥିପୁର ଗ୍ରାମର ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ଦାଶରଥିପୁର ଗ୍ରାମର ଗଣେଷ ଜେନା ନାମକ ଜଣେ ଗାଡି ଚାଳକ ଆଜି ମଧ୍ୟାହ୍ନରେ ଗାଡି ଚଳାିବାକୁ ଆନନ୍ଦପୁର ଯାଉଥିଲା । ସେ ତାମ୍ପଳା ଗାଁ ଦେଇ ଯାଉଥିବା ସମୟରେ ତାମ୍ପଳା ଗାଁର ନାଲୁ ଖଣ୍ଡେଇ ନାମକ ଜଣେ ଯୁବକ ତାଙ୍କୁ ପଛପଟୁ ଏକ ଲୁହା ରଡରେ ଆକ୍ରମଣ କରିଥିଲା । ଫଳରେ ସେ ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡିଯାଇଥିଲେ । ଏହି ସମୟରେ ସେହିବାଟ ଦେଇ ଯାଉଥିବା ବଳରାମ ନାୟକ ନାମକ ଜଣେ ବ୍ୟକ୍ତି ଗଣେଶକୁ ଉଦ୍ଧାର କରିବାକୁ ଯିବାରୁ ତାକୁ ମଧ୍ୟ ନାଲୁ ରଡରେ ପିଟିଥିଲା । ଏହାଦେଖି ତାମ୍ପଳା ଗ୍ରାମର ଅନ୍ୟ କିଛି ବ୍ୟକ୍ତି ଦଉଡିଆସି ଉଭୟଙ୍କୁ ଉଦ୍ଧାର କରି ଶାଳଣିଆଁ ଡାକ୍ତରଖାନା ପଠାଇଥିଲେ । ଗଣେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ