ପୁର୍ବ ବିବାଦକୁ ନେଇ ମହିଳାଙ୍କ ଘର ଭାଙ୍ଗିଲେ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଇତିପୁର ଗ୍ରାମରେ ପୁର୍ବ ବିବାଦକୁ ନେଇ ଜରେ ମହିଳାଙ୍କ ଘର ଭାଙ୍ଗିଦେଇଥିବା ନେଇ ମହିଳା ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଯୁଦ୍ଧିଷ୍ଠିର ଦାସଙ୍କ ପତ୍ନୀ ସଞ୍ଜୁଲତା ଦାସଙ୍କ ଅଭିଯୋଗ ଅନୁଯାଇ ଜମିବାଡି ବିବାଦକୁ ନେଇ ଗ୍ରାମର ଜେନା ପରିବାର ସହ ତାଙ୍କ ପରିବାରର ବିବାଦ ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ସମୟରେ ଜେନା ପରିବାରର ଲୋକମାନେ ତାଙ୍କ ଘର ଉପରେ ଚଢ଼ି ଘରର ଆଜବେଷ୍ଟସ ଭାଙ୍ଗିଦେବା ସହିତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ସମୟରେ ସଞ୍ଜୁଳତାଙ୍କ ପାଟିଶୁଣି ଗାଁ ଲୋକେ ଦଉଡି ଆସିବାରୁ ଅଭିଯୁକ୍ତ ମାନେ ଦଉଡି ପଳାଇଥିଲେ ବୋଲି ସଞ୍ଜୁଲତା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଗ୍ରହଣ କରିବା ପରେ ତଦନ୍ତ ଆରମ୍ଭ କରିଛି ।