ପୁର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଜଣେ ଆହତ
ହାଟଡ଼ିହି, : ପୁର୍ବଶତ୍ରୁତାକୁ ନେଇ ନନ୍ଦିପଦା ଥାନା ଅଁରା ଗ୍ରାମରେ ରବିନ୍ଦ୍ର ଯେନା ନାମକ ଜଣେ ବ୍ୟକ୍ତି ଜଣକ ଆହତ ହୋଇଥିବା ଜଣାଯାଇଛି । ରବିନ୍ଦ୍ରଙ୍କ ପତ୍ନୀ ଅହଲ୍ୟା ଯେନା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତ ୧୫ତାରିଖ ଦିନ ଅହଲ୍ୟା ନିଜ ବାଡିରେ କାମ କରୁଥିବା ସମୟରେ ସେହି ଗ୍ରାମର ବୁଲି ଯେନା ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲା । ସେତିକିବେଳେ ତାଙ୍କ ସ୍ୱାମି ରବିନ୍ଦ୍ର ଆସି ପହଞ୍ଚି ତାଙ୍କୁ କାହିଁକି ଗାଳି ଗୁଲଜ କରୁଛ ବୋଲି ପଚାରିବାରୁ ତାଙ୍କ ସହିତ ଝଗଡା କରି ନିଜ ବାଇକରେ ରଖିଥିବା ଏକ ବାଡିରେ ଶକ୍ତ ପ୍ରହାର କରିବାରୁ ରବିନ୍ଦ୍ରଙ୍କ ମୁଣ୍ଡଟି ଫାଟି ଯାଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ପାଟିଶୁଣି ସାହି ପଡିଶା ଲୋକମାନେ ଦଉଡି ଆସି ରବିନ୍ଦ୍ରଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ । ଏନେଇ ଅହଲ୍ୟାଙ୍କ ଅଭିଯୋଗ ପାଇବା ପରେ ନନ୍ଦିପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
             
						 
						 
						 
						 
						 
						
