ପୁର୍ବ ଶତ୍ରୁତାକୁ ନେଇ ପିଇଓଙ୍କୁ ବଦନାମ କରିବାକୁ ଉଦ୍ୟମ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ପୁର୍ବ ଶତ୍ରୁତାକୁ ନେଇ ହାଟଡିହି ବ୍ଲକର ଜଣେ ପିଇଓଙ୍କୁ ବଦନମ କରିବାକୁ ଉଦ୍ୟମ କରାଯାଉଛି ବୋଲି ପିଇଓ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜମ୍ଭୀରା ପଞ୍ଚାୟତରେ କାର୍ଯ୍ୟରତ ପିଇଓ ସୁରେଶ କୁମାର ସେଠୀ ଜାଲ ସାଟିଫିକେଟ ଦେଇ ଚାକରି କରିଥିବା ନେଇ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ସୁଚନା ଅଧିକାର ବଳରେ ପାଇଥିବା ତଥ୍ୟକୁ ଦେଖାଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ସୁରେଶ ଓ ତାଙ୍କ ପରିବାର ଲୋକେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଉପଶାସ୍ତ୍ରୀ ସାଟିଫିକେଟ ଦେଇ ଚାକିରି କରିଛନ୍ତି ଓ ସେଥିରେ କୌଣସି ଜାଲିଆତି ନାହିଁ ବୋଲି କହିଛନ୍ତି । ଜଣେ ବ୍ୟକ୍ତି ପୁର୍ବ ଶତ୍ରୁତାକୁ ନେଇ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଚାଲିଛି । ଗତ ଦୁଇମାସ ତଳେ ଉକ୍ତ ଯୁବକ ଜଣକ ଗତ ଡିସେମ୍ବର ମାସରେ ଟେଲିଫୋନ ମାଧ୍ୟମରେ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଇ ଗାଳିଗୁଲଜ କରିବାରୁ ସୁରେଶ ନନ୍ଦିପଦା ପୁଲିସରେ ଆଶ୍ରୟ ନେଇଥିଲେ । ଏହି ଯୁବକ ଜଣକ ବାରମ୍ବାର ତାଙ୍କୁ ବଦନାମ କରୁଥିବାରୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।