ପୁର ଠାରୁ ପଲ୍ଲୀ ଉଡ଼ିଲା ତ୍ରିରଙ୍ଗା

ନିମାପଡ଼ା, (ସନ୍ତୋଷ ଦାଶ):ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସର ରେ ପୁରୀ ଜିଲ୍ଲାର ପୁର ଠାରୁ ପଲ୍ଲୀ ଉଡ଼ିଛି ତ୍ରିରଙ୍ଗା ପତାକା। ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ରେ ଗାଇଛନ୍ତି ଜନ ଗଣ ମନ ଗଣ ଅଧିନାୟକ.. ଗୀତ, ଆଉ ଭାରତ ମାତା କି ଜୟ ଧ୍ଵନୀ ରେ ପ୍ରକମ୍ପିତ ହୋଇଛି ଗାଁ ଦାଣ୍ଡ ଆଉ ରାସ୍ତା। ସମସ୍ତ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ସରକାରୀ,ବେସରକାରୀ କାର୍ଯ୍ୟାଳୟ , ବିଭିନ୍ନ ସ୍ଥାନ ରେ ଥିବା ପ୍ରେସ କ୍ଲବ ରେ ସାଧାରଣତନ୍ତ୍ର ଦିବସ କୁ ଆନନ୍ଦ ଉଲ୍ଲାସ ର ସହ ପାଳନ କରାଯାଇଛି।ଚାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ହୋଇଛି।ସାଧାରଣତନ୍ତ୍ର ଦିବସ ପାଇଁ ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ