ପୁଲଓ୍ବାମାରେ ୪୦ ଜଣ ସେନାଙ୍କ ବଳିଦାନ ସ୍ମୃତିରେ ରାଇରଙ୍ଗପୁର ଶିକ୍ଷକ ଓ ବାଲୁକା ଶିଳ୍ପୀ ଅଜୟ ଘୋଷ ଙ୍କ ନିଆରା ସ୍ମୃତି
ରାଇରଙ୍ଗପୁର-ଆଜି ଫେବୃଆରୀ ୧୪ ଯୁବକ/ଯୁବତୀ ନିଆରା ଢଙ୍ଗରେ ପାରୁଛନ୍ତି ଭାଲେଣ୍ଟାଇନ ଡେ ।ହେଲେ ଦେଶପ୍ରେମରେ ଉଦ୍ଦବୁତ ଦେଶପ୍ରେମୀମାନେ ଏହି ଦିନକୁ ନିଆରା ଢଙ୍ଗରେ ପାଳୁଥିବାରୁ ଲକ୍ଷ କରାଯାଉଛି । ଆଜି ଫେବୃଆରୀ ୧୪ ଏହି ଦିନ ସାରାଭାରତବାସୀଙ୍କ ଏକ ଅଭୁଲା ଅବିସ୍ମରଣୀୟ ଦିବସ । ଜାମ୍ମୁ କାଶ୍ମୀରରେ ୭୮ଟି ବସରେ ୨୫୦୦ ସୈନିକ ନିଜ କେମ୍ପକୁ ଫେରୁଥିଲେ । ହଠାତ୍ ଆତଙ୍କୀବାଦ ଆଦିଲ ଅହମ୍ମଦଙ୍କ ନେତୃତ୍ୱରେ ପୁଲଓ୍ବାମାଠାରେ ସେନାକୁ ନେଉଥିବା ବସ ଉପରେ ବୋମା ଓ ରକେଟ ମାଡ କରିଥିଲେ । ଯାହାର ପ୍ରଭାବ ୧୦/୧୨ କିମି ଦୂର ପର୍ଯ୍ୟନ୍ତ ଥିଲା । ସାରା ଭାରତ ଥରି ଉଠିଥିଲା ।୪୦ଜଣ ବୀର ଯବାନ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ । ସାରା ବିଶ୍ବ ଏହି ଘଟଣାକୁ ନିନ୍ଦା କରିଥିଲା । ଦେଶମାତୃକାର ସୁରକ୍ଷା ପାଇଁ ସୀମାରେ ବଳିଦାନ ଦେଲେ ୪୦ ଜଣ ସୈନିକ । ସେହି ଶହୀଦ ବୀର ସୈନିକ ବଳିଦାନ ପାଇଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ଶିକ୍ଷା ଦାନ କରୁଥିବା କାର୍ୟ୍ୟରତ ଶିକ୍ଷକ/ବାଲୁକାଶିଳ୍ପୀ ଅଜୟ ଘୋଷ ରାଇରଙ୍ଗପୁର ମୁଖ୍ୟ ସହର ପାଖ ରାସ୍ତା କଡ଼ରେ ବାଲୁକାରେ ବୀର ଶହୀଦଙ୍କ ମୂର୍ତ୍ତି ତିଆରି କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କୁ ସହାୟତା କରିଥିଲେ ଶିକ୍ଷକ ଅଜିତ ମଣ୍ଡଳ । ରାସ୍ତାରେ ଯାଉଥିବା ଦର୍ଶକମାନେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଆଜି ର ଏହି ଦିନକୁ ନିଆରା ଢଙ୍ଗରେ ରାଇରଙ୍ଗପୁର ସହରରେ ପାଳନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଦୁଇ ଶିକ୍ଷକଙ୍କୁ ସାଧାରଣରେ ସାଧୁବାଦ ଜଣାଯାଇଛନ୍ତି ସହରବାସୀ ।


