ପୁଲିସକୁ ଦୁବୃତଙ୍କ ଖୋଲା ଚ୍ୟଲେଂଜ : ଏକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗିଲେ
ହିଂଜିଳିକାଟୁ(ଶେଷଦେବ ସାହୁ) : ଗଂଜାମ ଜିଲ୍ଲା ହିଂଜିଳିକାଟୁ ସହରରେ ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳ ଭାବେ ପରିଚିତ ତଥା ହିଂଜିଳି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ବିଜୁ ପଟ୍ଟନାୟକ ଛକ ସ୍ଥିତ ଏକ୍ସିସ ବ୍ୟାଙ୍କ ଏଟିଏମକୁ କିଛି ଦୁବୃର୍ତ ଲୁଟ କରିବା ଉଦ୍ଦ୍ୟେଶରେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଟିଏମର କାର୍ଡ଼ ସୁଇପ ହେଉଥିବା ସ୍ଥାନକୁ କୌଣସି ଧାରୁଆ ଅସ୍ତ୍ରରେ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉକି, ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୪ ଟି ଏଟିଏମ ସମେତ ୟୁନିୟନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆଇସିଆଇସିଆଇ, ବ୍ୟାଙ୍କ ଅପ୍ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କର ଗୋଟିଏ ଲେଖାଏଁ ଏଟିଏମ ରହିଛି । ପ୍ରାୟତଃ ସହର ମଧ୍ୟରେ ଥିବା ସମସ୍ତ ଏଟିଏମ ଗୁଡ଼ିକରେ ବହୁ ସମୟରେ ନୋ କ୍ୟାସ୍ ବୋର୍ଡ଼ ଝୁଲୁଥିବାର ଦେଖିବାକୁ ମିଳୁଥିବା ବେଳେ ବହୁ ସମୟରେ ଏଟିଏମ ଗୁଡ଼ିକ ବନ୍ଦ ରହୁଥିବାର ଦେଖିବାକୁ ମିଳୁଛି । ତେବେ ଏକ୍ସିସ ବ୍ୟାଙ୍କ ଏଟିଏମରେ କେହି ସୁରକ୍ଷା କର୍ମୀ ନିୟୋଜିତ ନଥିବାର ସୁଯୋଗ ନେଇ କୌଣସି ଦୁବୃର୍ତ ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ଅବସ୍ଥିତ ଏଟିଏମକୁ ଭାଙ୍ଗି ସ୍ଥାନୀୟ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଂଜ କରିଥିବା ଜଣାପଡିଛି । ଏଥିରୁ ପୋଲିସର ପାରିବାପଣ ସ୍ପଷ୍ଟ ବାରି ହୋଇପଡ଼ିଛି ।