ପୁଲିସର ଚଢଉ, ବିପୁଳ ପରିମାଣର ମଦ ଜବତ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଲକ୍ ଡ଼ାଉନ୍ ଚାଲିଥିବା ଯୋଗୁଁ ମଦ ବିକ୍ରି ଉପରେ କଟକଣା କରାଯାଇଥିବାର ସୁଯୋଗ ନେଉଛନ୍ତି କିଛି ଅସାଧୁ ମଦ ବେପାରୀ । ଏଣୁ ତାହା ରୋକିବା ପାଇଁ ଆସିକା, ଧରାକୋଟ ଓ ଗାଙ୍ଗପୁର ପୁଲିସ ପକ୍ଷରୁ ମଦ ପ୍ରସ୍ତୁତି ୟୁନିଟ୍ ଉପରେ ଚଢଉ କରାଯିବା ସହ ୧୨୮୨ ଲିଟର ଆଇଡି ଲିକ୍କର ନଷ୍ଟ କରାଯିବା ସହ ୧୧୬୫୦ ଲିଟର ପୋଚ ନଷ୍ଟ କରାଯାଇଛି । ଏହି ବାବଦରେ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।