ପୁଲିସର ଚଢାଉ ୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ହାଟଡ଼ିହି, (ବିକାଶ ବିଶ୍ୱାଳ): ନନ୍ଦିପଦା ଥାନା ଅଧିନସ୍ଥ ମରୈଗାଁ ପଞ୍ଚାୟତର ନାଉକଣା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ପୁଲିସ ଚଢାଉ କରି ୫୪ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାଲିକ ମୁଲ୍ୟ ୨ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାଯାଇଛି । ଏଠାରେ ନିୟମିତ ଗଞ୍ଜେଇ କାରବାର ହେଉଥିବାବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ଏସଡିପିଓ ସୁରେଶ ଦାସଙ୍କ ନେତୃତ୍ୱରେ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ ଓ ଘସିପୁରା ପୁଲିସ ସହଯୋଗରେ ଗ୍ରାମର କାହ୍ନୁ ଯେନାଙ୍କ ଘରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ପୁର୍ବରୁ କୌଣସି ସୁତ୍ରରୁ ଖବର ପାଇ କାହ୍ନୁ ଓ ତାଙ୍କ ପରିବାର ଲୋକେ ଘର ଛାଡି ପଳାଇଥିବାରୁ ଚଢ଼ାଉ ସମୟରେ ପୁଲିସ କାହାରିକୁ ଗିରଫ କରିପାରିନଥିଲା । ଘର ଖାନତଲାସି କରିବାରୁ ବିଭିନ୍ନ ସ୍ଥାନରେ ଲୁଚାହୋଇ ରଖାଯାଇଥିବା ୫୪କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବଦ କରିବାରେ ସମର୍ଥ ହୋଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଗତବର୍ଷ ଏହି ଘରେ ଚଢ଼ାଉକରି କେନ୍ଦ୍ରୀୟ ଅବକାରୀ ବିଭାଗ ଏକ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବଦ କରିବା ସହିତ ସହିତ କାହ୍ନୁର ସ୍ତ୍ରୀକୁ ଗିରଫ କରିବାରେ ସଫଳ ହୋଇଥିଲା । କିନ୍ତୁ ଏତେ ପରେବି ଥାନା ଠାରୁ ମାତ୍ର କେତେ ଶହ ମିଟର ଦୁରରେ ଏପରି ନିୟମିତ ଗଞ୍ଜେଇ କାରବାର ହେଉଥିବା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ