ପୁଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) : ନାସିକ ଷ୍ଟାଡିୟମରେ ଚଳନ୍ତା ଗାଡ଼ିର ୨୦ ଫୁଟ ଉଚ୍ଚରେ ଥାଇ ଦୀର୍ଘ ସମୟ ଶୀର୍ଷାସନରେ ରହି ବିଶ୍ୱରେକର୍ଡ଼ ସୃଷ୍ଟି କରିଥିବା ବାଲେଶ୍ୱର ମାଟିର ପୁଅ ତଥା ଭାରତୀୟ ସେନାନୀର ଲେଫ୍ଟାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁଙ୍କ ପକ୍ଷରୁ ଜିଲା ପୁଲିସର ବହୁ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଭୂୟାଁ ନୀଳଗିରି ଏସଡିପିଓ ରୀତେଶ କୁମାର ମହାପାତ୍ର, ଜଳେଶ୍ୱର ଏସଡିପିଓ ଅଙ୍କିତା କୂମ୍ଭାର, ବସ୍ତା ଥାନାଧିକାରୀ ସୁବ୍ରତ ବେହେରାଙ୍କ ସମେତ ଟାଉନ ଥାନାର ଏସଆଇ ସଲଖାନ ମୁର୍ମୁୁ ଓ ଶୁଭେନ୍ଦୁ ମିଶ୍ର; ସହଦେବଖୁଣ୍ଟା ଥାନା ଏସଆଇ ସୁଚନ୍ଦ୍ର ମହାଳିକ, ସଦର ଥାନାର ଏସଆଇ ସୁବ୍ରତ ବେହେରା, ନୀଳଗିରି ଥାନା ଏସଆଇ ବାସୁଦେବ ଜୟସିଂହଙ୍କୁ ଶ୍ରୀ ଭୂୟାଁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ଏଡିସନାଲ ଏସପି, ଡିଏସପି, ଖଇରା ଥାନାଧିକାରୀ, ଔପଦା ଥାନାଧିକାରୀ ଓ ଶିକ୍ଷାବିତ ଡ.ପଙ୍କଜ କୁମାର ଜେନାଙ୍କୁ ମଧ୍ୟ ସେ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । କର୍ଣ୍ଣେଲ ଭୂୟାଁଙ୍କର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।