ପୁଲିସ ଉପସ୍ଥିତିରେ କେନାଲ ନିର୍ମାଣ ପାଇଁ ଜମି ଚିହ୍ନଟ ହେଲା
ହାଟଡିହି, (ବିକାଶ ବିଶ୍ୱାଳ) :-ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାର କେନାଲ ନିର୍ମାଣ ପାଇଁ ଆଜି ଜମି ଚିହ୍ନଟ କରାଯାଇଛି । ଏହି କେନାଲ ନିର୍ମାଣର ଅନେକ ସ୍ଥାନରେ କାର୍ଯ୍ୟ ସରିଥିବା ବେଳେ ମଠ ମୌଜାରେ ଜମି ଅଧି ଗ୍ରହଣରରେ ତ୍ରୁଟି ଥିବା ଦର୍ଶାଇ କିଛି ଜମି ମାଲିକ କେନାଲ କାମକୁ ବିରୋଧ କରୁଥିଲେ । ଜମି ଅଧି ଗ୍ରହଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । କିଛି ଜମି ମାଲିକ ଡିସିମିଲ ପିଛା ୧୫୦୦ଟଙ୍କା ପାଉଥବାବେଳେ ଆଉ କିଛି ଡିସିମିଲ ପିଛା ୧୫ହଜାର କରି ପାଇଛନ୍ତି । ଏହାକୁନେଇ ଜମି ମାଲିକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ବିରୋଧ ଆଶଙ୍କା କରି ବିଭାଗ ପକ୍ଷରୁ କେନାଲ ଖାଳା କାର୍ଯ୍ୟ ହୋଇପାରୁ ନଥିଲା । ଆଜି ଜଳସମ୍ପଦ ବିଭାଗର ଅଧିକାରୀ, ଜମି ଅଧିଗ୍ରହଣ ଅଧିକାରୀ, ଆନନ୍ଦପୁର ଏସଡିପିଓ, ହାଟଡିହି ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖଙ୍କ ଉପସ୍ଥିିତିରେ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇ ଜମି ଚିହ୍ନଟ କରାଯାଇଥିଲା । ଫଳରେ ଆଗାମି ଦିନରେ କେନାଲ ଖୋଳା କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ଆଶା କରାଯାଉଛି ।


