ପୁଲିସ ଓ ସରକାରୀ ଓକିଲଙ୍କ ସମନ୍ୱୟ ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ) :-ହଦଗଡ ଠାରେ ପୁଲିସ ଓ ସରକାରୀ ଓକିଲଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଓକିଲ ଅଶ୍ୱିନୀ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାଶ, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମହେନ୍ଦ୍ର କୁମାର ମହାପାତ୍ର, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଫୁଲ କୁମାର ପାତ୍ର, ଘସିପୁରା ଥାନା ଆଇଆଇସି ଶ୍ୟାମଘନ ବେହେରା, ଆନନ୍ଦପୁର ଥାନା ଆଇଆଇସି ମନୋରଞ୍ଜନ ପ୍ରଧାନ, ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ସୋସୋ ଥାନା ଆଇଆଇସି ଉପେନ୍ଦ୍ରନାଥ ଦାସ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ବଢ଼ୁଥିବା ବିଭିନ୍ନ ମାଲିମକଦ୍ଦମାର ତର୍ଜମା, ଅମୟାନୁସା ରେ ସମାଧାନ, ପୋଲିସ ପ୍ରଶାସନର ସଠିକ ସହଯୋଗ, ବିଚାର ପ୍ରକ୍ରୀୟାରେ ତ୍ୱାରାନ୍ୱିତ ଓ ଦଣ୍ଡବିଧାନରେ ଗୁରୁତ୍ୱ, ବିଭିନ୍ନ ଆଇନ୍‌ର ତର୍ଜମା, ସମସ୍ୟା ଓ ସାମାଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ