ପୁଲିସ ଗାଡ଼ି ପଛପଟୁ ପିଟିଲା ବାଇକ ଦୁର୍ଘଟଣାରେ ଛାତ୍ରୀ ଆହାତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ମାଧ୍ୟମିକ ବିଦ୍ୟାଳୟ ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇ ପୁଲିସ ଗାଡ଼ିର ପଛ ପଟକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣେ ଛାତ୍ରୀ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣା ରୁ ପ୍ରକାଶ ଯେ ତୁମୁଡ଼ିବନ୍ଧ ସୁବାଷ ବୋଷ ସ୍ନାତକ ମହାବିଦ୍ୟାଳୟ ର ଯୁକ୍ତତିନି ଶେଷ ବର୍ଷର ଛାତ୍ରୀ ସୁମିତ୍ରା ପାତ୍ର ଏକବାଇକ୍ ରେ ବଜାରରୁ ମହାବିଦ୍ୟାଳୟକୁ ଆସୁଥିବା ବେଳେ ସାମ୍ନା ପଟେ ସ୍ଥାନୀୟ ପୁଲିସ ବୋଲେର ଯାଉଥିଲା , କିନ୍ତୁ ବୋଲରଟି ବ୍ରେକ୍ ମାରିରାସ୍ତା ରେ ରହି ଯିବାରୁ ପଛ ପଟରୁ ଆସୁଥିବା ଗ୍ଲାମର ବାଇକ ଟି ଯୋରରେ ଧକ୍କା ଦେଇଥିଲା।ବାଇକରେ ବସିଥିବା ଦୁଇ ଯୁବକ ଓ ଛାତ୍ରୀ ଜଣକ ଆହତ ହୋଇ ତୁମୁଡିବନ୍ଧ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ।ଛାତ୍ରୀ ଜଣକ ଗୁରୁତର ହୋଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲା।ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦିଗାଲ ମେଡ଼ିକାଲ ଯାଇ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କ ସହ ଦୁର୍ଘଟଣା ସଂପର୍କ ରେ ପଚାରି ବୁଝିଥିଲେ।ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଛାତ୍ରୀ ର ସ୍ଵାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ମହାବିଦ୍ୟାଳୟର ଅଧ୍ୟାପକ ଡ.ବିଶ୍ଵେଶ୍ୱର ଆଚାର୍ଯ୍ୟ ଓ ଅଧ୍ୟାପକ ଅନିରୁଦ୍ଧ ସାହୁ ପହଁଚି ଛାତ୍ରୀ ଙ୍କ ପରିବାର ଓ ଡ଼ାକ୍ତର ଙ୍କ ସହ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ