ପୁଲିସ ହାଇସ୍କୁଲରେ ଖାଉଟି ସଚେତନ କର୍ମଶାଳା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ପୁଲିସ ହାଇସ୍କୁଲ ରେ ପ୍ରଧାନଶିକ୍ଷକ ଭାଗିରଥୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବିକାଶ ଅନୁଷ୍ଠାନର ସହଯୋଗରେ ଜିଲ୍ଲା ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ ତରଫରୁ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଖାଉଟି ମାନେ କିପରି ଠକର ଶିକାର ହେଉଛନ୍ତି , ତାହା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ନିରୀକ୍ଷଣ ସବିତା ପଣ୍ଡା ଯୋଗଦେଇ ମାପ ଓ ଓଜନର ବିଭିନ୍ନ ପ୍ରକାର ଡେମୋ ପ୍ରଦର୍ଶନ କରିଥିଲେ । ଯେଉଁଥିରେ କି ଜଣେ ଲୋକ ସହଜରେ ଜାଣି ପାରିବ କିପରି ଠକାମିର ଶିକାର ହୁଅନ୍ତି । ଅନ୍ୟତମ ଅତିଥୀ ଭାବେ କ୍ୟୁୟର୍ସର ସଂପାଦକ ଅରୁଣ କୁମାର ଶତପଥୀ ଯୋଗଦେଇ ଖାଉଟି ବିଷୟରେ ସଚେତନ କରାଇଥିଲେ । ବିକାଶ ଅନୁଷ୍ଠାନର ପ୍ରତିଷ୍ଠାତା ଗୋକୁଳ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ପିଲାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ