ପୁଲିସ ହାଇସ୍କୁଲରେ ସ୍ୱଚ୍ଛତା ରାଲି
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ପୁଲିସ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱଚ୍ଛତା ପକ୍ଷ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥୀ ସ୍ୱାଇଁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥୀଭାବେ ଅଣ ସଂକ୍ରାମକ ପରାମର୍ଶଦାତା ଡି.ଦେବହରି ରେଡ୍ଡୀ ଓ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ହେଲପ ଡେକ୍ସ ମ୍ୟାନଜର ଜିତେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ପଲିଥିନ୍ , ପ୍ଲାଷ୍ଟିକ ବ୍ୟବହାରକୁ ନା କରିବା, ସ୍ୱଚ୍ଛ ବିଦ୍ୟାଳୟ , ସ୍ୱଚ୍ଛ ଚିକିତ୍ସାଳୟ ଭଳି ବିଭିନ୍ନ ସମ୍ବନ୍ଧରେ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ଶିକ୍ଷକ/ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସାମିଲ ଥିଲେ ।