ପୁଲିସ ହାବିଲଦାରଙ୍କୁ କରୋନା

ମାଲକାନଗିରି: ଜଣେ ପୁଲିସ ହାବିଲଦାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟୁ ବର୍ଡର ଚେକ ପୋଷ୍ଟରେ କାର୍ଯ୍ୟରତ ଜଣେ ହାବିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ମୋଟୁ ଥାନା ଆଇଆଇସିଙ୍କ ସମେତ ସମସ୍ତ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମୋଟୁ ଥାନା ପରିସରକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି । ଚିହ୍ନଟଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଶୁକ୍ରବାର ରାଜ୍ୟରେ ପୁଣି ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୫ ଜଣ ଲୋକାଲ କେସ ବୋଲି ଜଣାଯାଇଛି । ଏଥିସହ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୯୮କୁ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ