ପୁଲ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ଗତକାଳି ଜାମ୍ମୁ କାଶ୍ମୀରର ପୁଲ୍ୱାମାର ଅବନ୍ତୀପୂରାଠାରେ ବିଚ୍ଛିନ୍ନତାବାଦୀ ସଂଗଠନ ଜେଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ୪୪ଜଣ ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ‘ପାର୍ଟି’ର ରାଜ୍ୟ କାର୍ଯ୍ୟାଳୟଠାରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା କରାଯିବା ସହିତ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ଏନ୍. ସମ୍ବିତ ଦାସ, ପ୍ରଦୀପ ମିଶ୍ର, ସୁବ୍ରତ ଲେଙ୍କା, ସୁନିଲ ମିଶ୍ର, ସୁଶୀଲ ହୋତା, ବରଦାକାନ୍ତ ସାହୁ, ବୀରବର ଦଳାଇ, ନାରାୟଣ ଡାଳୁଆ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ନାରୀନେତ୍ରୀ ରିତା ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତି·ରଣ କରିଥିଲେ । ଓଡ଼ିଶାର ଦୁଇ ଅମର ସହିଦ ଜଗତସିଂହପୁର ପ୍ରସନ୍ନ ସାହୁ ଓ ନିଆଳିର ମନୋଜ ବେହେରାଙ୍କ ପ୍ରତି ମଧ୍ୟ ସ୍ମୃତି·ରଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଏହି ୨ ପରିବାରଙ୍କୁ ଅନ୍ତତଃପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଓ ଜଣଙ୍କୁ ସରକାରୀ ·କିରୀ ଦେବାକୁ ‘ପାର୍ଟି’ ପକ୍ଷରୁ ଦାବି କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସତ୍ୟଭାମା ଦେବୀ ମୁକ ବଧିର ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରି ସହିଦ ଯବାନଙ୍କ ପ୍ରତି ସ୍ମୃତି ଅର୍ଘ୍ୟ ଅର୍ପଣ କରିଥିଲେ ।


