ପୁଲୱାନା ସହିଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା) :-ସନ୍ତ୍ରାସବାଦୀଙ୍କ ଆକ୍ରମଣରେ ଗତ ୨୦୧୯ ମସିହା ଆଜିର ଦିନରେ ପୁଲୱାନାଠାରେ ସହିଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଓଡ଼ିଶା ସାମ୍ବାଦିକ ୟୁନିୟନ, ବାଲେଶ୍ୱର ଜିଲା ଶାଖା ପକ୍ଷରୁ ଫକୀର ମୋହନ ଗୋଲେଇଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ଜିଲା ସଭାପତି ଗଙ୍ଗାଧର ରାଉତ ଏଥିରେ ପୌରୋହିତ୍ୟ କରିବା ସହ ସହିଦ ଅମର ଯବାନ ଦେଶ ପାଇଁ ଗୌରବ ହୋଇଛନ୍ତି ବୋଲି କହିଥିଲେ । ସଂଗଠନର ସମ୍ପାଦକ ବିବେକାନନ୍ଦ ଦାସ, ଦେବବ୍ରତ ପାଣିଗ୍ରାହୀ, ମନୋଜ ରାଉଳ, ଅଜିତ କୁମାର ମହାନ୍ତି, ପ୍ରସନ୍ନଜିତ ଆଶ, ଲୋକନାଥ ପିରି, ଆଶୁତୋଷ ମିଲିକ, ଲକ୍ଷ୍ମୀଧର ବାରିକ, ଗଣେଶ ସେଠୀ, ବିନାୟକ ମହାପାତ୍ର, ଆଜିମ ବାଲେଶ୍ୱରରୀ, ଅରୂପ ନାରାୟଣ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳିବା ସହ ନିରବ ପ୍ରାର୍ଥନା କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ