ପୁଲୱାମାରେ ପୁଣି ୪ ଭାରତୀୟ ଯବାନ ଶହୀଦ

ଜମ୍ମୁ : ଜମ୍ମୁ-କଶ୍ମୀରର ପୁଲୱାମାରେ ପୁଣି ୪ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନଙ୍କ ସହ ଗୁଳିବିନିମୟ ବେଳେ ଏହି ଘଟଣା ଘଟିଛି। ଶହୀଦମାନଙ୍କ ମଧ୍ୟରେ ରହିଛନ୍ତି ମେଜର ଡି. ଏସ. ଡୋଣ୍ଡିୟାଲ, ହେଡ କନଷ୍ଟେବଳ ସେୱା ରାମ, ଅଜୟ କୁମାର ଏବଂ ହରି ସିଂହ। ଘଟଣାସ୍ଥଳରେ ଜଣେ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୁଲୱାମାରେ ଗତ ଗୁରୁବାର ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ଶହୀଦ ହେବା ଘଟଣା ମନରୁ ନ ଲିଭୁଣୁ ପୁଣି ୪ ଯବାନ ଶହୀଦ ହେବା ଘଟଣା ଦେଶବାସୀଙ୍କୁ ମର୍ମାହତ କରିଛି।

ସୂଚନା ମୁତାବକ, ପୁଲୱାମାଠାରୁ ୨ କି.ମି. ଦୂର ପୁଲୱାମା-ପିଙ୍ଗଲିନା ଘାଟିଠାରେ ଜେଇଏମର ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ରବିବାର ରାତିରେ ଖବର ମିଳିଥିଲା। ଏହାପରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଯବାନମାନେ ମଧ୍ୟ ସେମାନଙ୍କ ଉପରେ ପ୍ରତିଆକ୍ରମଣ କରିଥିଲେ। ରାତି ପ୍ରାୟ ୧୨ଟାରୁ ଏହି ଗୁଳିବିନିମୟ ଚାଲିଥିବାବେଳେ ୪ଯବାନ ଶହୀଦ ହୋଇଥିଲେ। ପୁଲୱାମା ବିସ୍ଫୋରଣର ଆତ୍ମଘାତୀ ଆତଙ୍କବାଦୀ ଆଦିଲ ମହମ୍ମଦ ଡାରଙ୍କ ସହ ଏହି ୨ ଆତଙ୍କବାଦୀଙ୍କର ସମ୍ପର୍କ ରହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ