ପୁଲୱାମାରେ ୪ଠ ଯବାନ୍ ସହିଦ୍ ନେଇ ଫାରୁକ୍ଙ୍କ ସନ୍ଦେହ

ଶ୍ରୀନଗର(ଏଜେନ୍ସି): ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲା ଏକ ବିବାଦୀୟ ବୟାନ୍ ଦେଇଛନ୍ତି । ଗତମାସ ଜାମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ହମ୍ଲାରେ ୪ଠ ଯବାନ୍ ସହିଦ୍ ହେବା ପ୍ରସଙ୍ଗରେ ସେ ନିଜର ସନ୍ଦେହ ପ୍ରକଟ କରିଛନ୍ତି । ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବଳକୁ ବ୍ୟବହାର କରି ନିର୍ବାଚନୀ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଅବ୍ଦୁଲା ପ୍ରଶ୍ନ କରିଛନ୍ତି କି ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ସାମ୍ନା କରି ସହିଦ୍ ହୋଇଥିବା ଯବାନ୍ଙ୍କୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଶ୍ରଦ୍ଧାଞ୍ଜଳି ଦେଇନାହାନ୍ତି । ଛତିଶଗଡ଼ରେ କେତେଜଣ ଭାରତୀୟ ଯବାନ୍ ସହିଦ୍ ହୋଇଛନ୍ତି ସେ ଜାଣନ୍ତି କି । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମୋଦି କେବେ ଯାଇଛନ୍ତି କି । ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ୪ଠ ଯବାନ୍ ତଥ୍ୟ ଉପରେ ମୋତେ ସନ୍ଦେହ ହେଉଛି । ତେବେ ଫେବ୍ରୁଆରୀ ୨୭ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଏଆରମ୍ୟାନ୍ ପ୍ରାଣ ହରାଇଥିଲେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇବା ନେଇ ଅବ୍ଦୁଲା କହିଛନ୍ତି ସେମାନେ ନିଜର ଦୁଃସାହସ ପାଇଁ ପ୍ରାର ହରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ