ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳିରେ ରକ୍ତଦାନ ଶିବିର

ଫୁଲବାଣୀ, (ସୁନିଲ କୁମାର ବେହେରା):ଆଜି ଫେବୃଆରୀ ୧୪ ତାରିଖ। ୨୦୧୯ ଠିକ୍ ଆଜିର ଦିନ ଜlମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ ୪୦ ଜଣ CRPF ଯବାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବୋଳିଦାନ କୁ ସମ୍ମାନ ଜଣେଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ସ୍ଵରୁପ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଆଜି ସକାଳ ୮ ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇ ଥିଲେ lସେଠାରୁ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମ ର ସଦସ୍ୟ ଓ ସଦସ୍ୟା ମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଏକ ଶୋଭା ଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାର ରେ ପହଞ୍ଚିଥିଲେ।ସେଠାରେ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପ ଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର ଉଦଘାଟନ କରିଥିଲେ। ଶିବିରରେ ରକ୍ତଭଣ୍ତାରର କର୍ମଚାରୀ Dr ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ,ଲଷ୍ମୀଧର ମଣ୍ଡଳ,ସାକେତ ରାଣୀ ନାଏକ,ସଂଯୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଳୁ ପ୍ରମୁଖ ସମ୍ପାଦନ କରିଥିଲେ।ପୁନଶ୍ଚ ରକ୍ତଦାନ ଶିବିର ରେ ମହେନ୍ଦ୍ର ସୁବୁଦ୍ଧି, ବିରଜାମହୋନ ରଥ,DMRC ଆଶିଷ କୁମାର ମହାନ୍ତି, ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ, ଆକ୍ସିସ ବ୍ୟାଙ୍କ୍ ଷ୍ଟାଫ୍ଫ, ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ଜିଲ୍ଲା ଆପlତ କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ Asst collecter ପ୍ରିୟଦର୍ଶିନୀ ସ୍ୱାଇଁ, ପୈାର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧୀକାରୀ ବଳଦେବ ବେହେରା, ମୁଖ୍ୟ ଚିକିତ୍ସାଳୟ PPC ସେଣ୍ଟର କିଛି କର୍ମଚାରି ଫୁଲବାଣୀର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷକରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ନିଜେ ରକ୍ତ ଦାନ କରିବା ସହ ଜନସାଧାରଣ ଙ୍କୁ ରକ୍ତଦାନ କରିବାପାଇଁ ଉତ୍ସାହିତ କରିଥିଲେ। ଏଥିରେ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ରକ୍ତ ଭଣ୍ଡାର ର କାର୍ଯ୍ୟକର୍ତ୍ତା ସମ୍ପୁର୍ଣ୍ଣ ସହଯୋଗ କରି ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ପରିଚାଳନା କରି ଶିବିର କୁ ସଫଳ କରାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ