ପୁଵର୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ଆସନ୍ତା ୨୬ ତାରିଖ ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁଵର୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଗୋବରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟଠାରେ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ସୋରଡ଼ା ବିଧାୟକ ପୂର୍ଣ୍ଣଚଦ୍ର ସ୍ୱାଇଁ ଅନଲାଇନ ଭିଡ଼ିଓ ମାଧ୍ୟମରେ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସମାଜ ପାଇଁ ଅବଦାନ ଅତୁଳନୀୟ ଏଣୁ ସମସ୍ତେ ପୂଜ୍ୟପୂଜାର ପରମ୍ପରାକୁ ବଜାୟ ରଖିବାପାଇଁ ଆସନ୍ତା ୨୬ ରେ ହେବାକୁ ଥିବା ରକ୍ତଦାନ ଶିବିରରେ ଯୋଗଦେବାପାଇଁ ଆହ୍ୱାନ କରିଥିଲେ | କାର୍ଯ୍ୟକ୍ରମରେ ସ୍ୱସ୍ତି ସୁନ୍ଦର ସିୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶୂଳପାଣି ଶତପଥୀ, ଅଧ୍ୟାପକ ବି. ଗୋବିନ୍ଦ ରାଓ, ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି, ବିଶ୍ଵଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, ଜିଲ୍ଲାପରିଷଦ ସଭ୍ୟ ଅମିତ ନାୟକ,୪୭ ନମ୍ବର୍ ଜୋନ ବିଜେଡ଼ି ସଭାପତି ତଥା ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ କୁମାର ପାତ୍ର, ଯୁବ ବିଜେଡି ସଭାପତି ଶିବରାମ ରାଉତ, ସମିତି ସଭ୍ୟ ଦୂର୍ଗା ମାଧବ ନାୟକ, ତୁଷାର ବିଷୋୟୀ, ସରପଞ୍ଚ ରାଜେନ୍ଦ୍ର ଗୌଡ଼,ତ୍ରିନାଥ ଗୋଛାୟତ,ପୁର୍ବତନ ସରପଞ୍ଚ ଜୟରାମ ନାୟକ, ଗୁରୁନାଥ ମହାନ୍ତି, ସିମାଞ୍ଚଳ ବିଷୋୟୀ, ବିଦ୍ୟାଧର ବିଷୋୟୀ, ରାଜକିଶୋର ବିଷୋୟୀ, ଯୁବ ସଂଗଠକ ଆଦିତ୍ୟ ଲେଙ୍କା, ଜୁରେଶ୍ୱର ଲେଙ୍କା, ସୁରେଶ ପଣ୍ଡା, ଗଙ୍ଗାଧର ବିଷୋୟୀ ,ବରିଷ୍ଠ ନାଗରିକ ମଞ୍ଚ ସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ ସମ୍ବାଦ ଓ ଆମ ଓଡିଶା ର ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ଶେଷରେ ଯୁବ ନେତା ବିଭୂପାଦ ଜେନା ଧନ୍ୟବାଦ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ