ପୁଷ୍ଟିମାସ ପାଳନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ପ୍ରତିବର୍ଷ ସେପ୍ଟେମ୍ବର ମାସଟିକୁ ଦେଶବ୍ୟାପୀ ପୁଷ୍ଟିମାସ ରୂପେ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ବାଲେଶ୍ୱର ପୈାରପାଳିକାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ଅଙ୍ଗନବାଡି କେନ୍ଦ୍ରସ୍ତରୀୟ ପୁଷ୍ଟିମାସ ପାଳନ ସମ୍ପର୍କିତ ଏକ ସଚେତନତା ଶିବିର ମାନସିଂବଜାର ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୁପେ ସଦର ସିଡିପିଓ ସବିତା ରାଉତ, ପୂର୍ବତନ କାଉନସିଲର ଗୌରୀଶଙ୍କର ଶାହାଣୀ, କ୍ଲଷ୍ଟର ସୁପରଭାଇଜର ଶୁଭଶ୍ରୀ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଗର୍ଭବତୀ ମହିଳା, ପ୍ରସୁତି ମାଆ, ଜନ୍ମରୁ ୬ ବର୍ଷ ମଧ୍ୟରେ ଶିଶୁ ମାନଙ୍କ ଦୈନନ୍ଦିନ ଖାଦ୍ୟ ପ୍ରଣାଳୀ ସହିତ ନିଜବାଡି ବଗିଚାରୁ ମିଳୁଥିବା ପନିପରିବାରୁ ପ୍ରସ୍ତୁତ ସୁଷମ ଖାଦ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମାନସିଂବଜାର ମାକଲପୁର (ବି), ସୁଏଲପୁର (ଏ), ଦେୱାନପାଟଣା କେଉଟ ସାହି, ବୈରାମ ନଗର, ମଛୁଆ ସାହି, ବଟେଶ୍ୱର ପ୍ରଭୃତି ୯ଗୋଟି ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକୃତ ଗର୍ଭବତୀ ମହିଳା ଓ ଶିଶୁ ମାନେ ଯୋଗ ଦେଇଥିଲେ । ଏଥିରେ ଶିଶୁ ମାନଙ୍କର ଲାଳନ ପାଳନ, ସ୍ତନ୍ୟପାନ, ସ୍ୱଚ୍ଛତା ଓ ଶୈାଚାଳୟ ବ୍ୟବହାର ଉପରେ ଅତିଥି ମାନେ ଆଲୋଚନା କରିଥିଲେ । ଅଙ୍ଗନବାଡି କର୍ମୀ ସୁନନ୍ଦା ତାଲଦି, ସନ୍ତୋଷିନୀ ମଲ୍ଲିକ, ଭାରତୀ ନାୟକ, ନମିତା ବେରା, ଶାନ୍ତିଲତା ମାଝି, ସଫିନା ବିବି, ବବିତା ମାଝି, ପୁଷ୍ପଲତା ସେଠୀ, କୁମୁଦୁନୀ ଯାଦବ, ଆଶା ଦିଦି ଅର୍ଣ୍ଣପୂଣ୍ଣା ରାଉତଙ୍କ ସମେତ ଅଙ୍ଗନବାଡି ସହାୟିକାମାନେ ଯୋଗଦେଇ ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ