ପୁଷ୍ପ ଉଦ୍ୟାନ ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଣ୍ଡାରିପୋଖରୀ ଥାନା ପରିସରରେ ଏକ ପୁଷ୍ପ ଉଦ୍ୟାନ ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଆରକ୍ଷି ଅଧିକ୍ଷକ ବିକାଶ କୁମାର ଦାସ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜିତ ସଂକ୍ଷିପ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଅନୁରାଗ ମହାନ୍ତି, ସହକାରୀ ଅଧିକାରୀ ବିଜୟ କୁମାର ନାୟକ, ବିଶ୍ୱକେତନ ପରିଡା, ବ୍ରଜ କିଶୋର ଦାସଙ୍କ ସମେତ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଉକ୍ତ ପୁଷ୍ପ ଉଦ୍ୟାନଟିକୁ ପ୍ରତିଷ୍ଠା କରିବା ପାଇଁ ଥାନା ପକ୍ଷରୁ ଦୁଇମାସ ଧରି ନିଷ୍ଠାପର ଉଦ୍ୟମ ହୋଇଥିବାରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


