ପୂଜାଫଳ

ଆସ ଆସ ଆସ ଆସ
ଆହେ ହୃଷୀକେଶ
ବିଳମ୍ବ ନ’କରି ଆସି
ହୃଦ ପଦ୍ମେ ବସ ।

ତୁମେ ମୋର ମୁଁ ତୁମର
କିଏ ନ’ ଜାଣିଛି,
ମୁହିଁ ସିନା ଧନହୀନ
ତୁମେ ସବୁକିଛି ।

ସୁଦାମା ଶବରୀ ଶ୍ରୀୟା
ଚଣ୍ଡାଳୁଣୀ କଥା,
କାହାକୁ ଭଲ ନ’ଲାଗେ
ନ ନୁଆଁଏ ମଥା ।

କାହା ପାଖେ ଧନ କେତେ
କିଏ ନ ଜାଣିଛି,
ଧନ ନ’ଥାଇ ସେବାରେ
ତ୍ରୁଟି ନ’ହୋଇଛି ।

ସେବା ପୂଜା ପାଇଁ ଧନ
କିବା ଦରକାର,
ତନ ମନ ଦାନେ ଶ୍ରଦ୍ଧା
ପୂଜା ହିଁ ତାଙ୍କର ।

ମନ କରି ପତ୍ର ପୁଷ୍ପ
ନିତିଦିନ ପୂଜ
ହୃଷୀକେଶ ଫଳ ଦେବେ
ଦେଖି ତୁମ କାର୍ଯ୍ଯ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ