ପୂଜାମଣ୍ଡପରେ ଧନଦାତ୍ରୀ ମା ଅଷ୍ଟଲକ୍ଷ୍ମୀଙ୍କୁ ଆରାଧନା କଲେ ଆଧ୍ୟାତ୍ମିକପ୍ରେମୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କରୁଣାମୟୀ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ମାଣବସା ମାର୍ଗଶିର ମାସ ଗୁରବାର ପୂଜା ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଖଣ୍ଡଦେଉଳୀ ଗ୍ରାମ ପଂଚାୟତର ସରପଂଚ ଆରତୀ ଦେବୀ ସ୍ୱାଇଁ, ସମିତି ସଭ୍ୟା ସାୟନ୍ତା ଦଳେଇ, ନଳବଣ୍ଟା ସେବା ସମବାୟ ସମିତି ଲିଃର ସଭାପତି ଜିତେନ୍ଦ୍ର କୁମାର ବିଷୋୟୀ, ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ପରିଚାଳନା ପରିଷଦର ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ, ଶ୍ରୀ ଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ସଂପାଦକ ପ୍ରଣବ କୁମାର ବିଷୋୟୀ, ଆଧ୍ୟାତ୍ମିକପ୍ରେମୀ ଅଶ୍ୱିନୀ କୁମାର ବିଷୋୟୀ, ଅରୁଣ କୁମାର ଦଳେଇ, ରବିନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ସୁକାନ୍ତ ସାହୁ, ପ୍ରମୋଦ ପ୍ରଧାନ, ଆକାଶ ସ୍ୱାଇଁ, ସନ୍ତୋଷ ନାହାକଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମ ପଂଚାୟତର କର୍ଣ୍ଣୋଳୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମ ଗୋଦାମଗୃହ ପାଶ୍ୱର୍ର ପୂଜାମଣ୍ଡପରେ ପୂଜିତ ହୋଇଥିବା ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ପୂଜାରେ ସାମିଲ୍ ହୋଇ ଆସିକା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ତଥା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆଶିଷ ଭିକ୍ଷା କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା କର୍ଣ୍ଣୋଳୀ ଗ୍ରାମର ମା ଅଷ୍ଟଲକ୍ଷ୍ମୀଙ୍କ ପୂଜାମଣ୍ଡପକୁ ଗସ୍ତ କରି ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆୟୋଜକମାନଙ୍କୁ ଉତ୍ସାହିତ କରିବା ସହ ଭାଇଚାରାର ନିଦର୍ଶନକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।