ପୂଜାମଣ୍ଡପ ରେ ଲାଗିଲା ୧୪୪ ଧାରା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ନୂଆଗଡ ଗ୍ରାମୀଣ ପାର୍କରେ ଲାଗିଲା ୧୪୪ଧାରା।ସେହିସ୍ଥାନରେ ଗଣେଷ ପୂଜାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ହୋଇଥିଲା ତିକ୍ତତା ଓ ବିବାଦ l ସ୍ଥିତି ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ବାଧ୍ୟ ହୋଇ ୧୪୪ ଧାରା ଜାରି କରାଯାଇଥିବା କହିଛନ୍ତି ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ। ସୂଚନା ଅନୁସାରେ ଅସ୍ତରଙ୍ଗ ନୂଆଗଡ ଗ୍ରାମୀଣ ପାର୍କରେ ଗ୍ରାମର ଉଭୟ ଗୋଷ୍ଠି ଗଣେଷ ପୂଜା କରିବା ନେଇ ବିବାଦ ରହିଥିଲା l ସେଥିପାଇଁ ସେହି ଗ୍ରାମରେ ଦୁଇ ଗୋଷ୍ଠି ପୂଜା କରିବା ପାଇଁ ଜିଦ ଧରିଥିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ଗ୍ରାମର ଗୋଟିଏ ଗୋଷ୍ଠି ରାତା ରାତି ନୂଆଗଡ ଗ୍ରାମୀଣ ପାର୍କରେ ଟେଣ୍ଡ ବାନ୍ଧି ଗଣେଷ ପୂଜା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠି ତାକୁ ବିରୋଧ କରିଥିଲେ। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ଖବର ପାଇବା ପରେ ଅସ୍ତରଙ୍ଗ ତହସିଲଦାର ତୁରନ୍ତ ସେହି ସ୍ଥାନରେ ୧୪୪ ଧାରା ଲଗାଇଥିଲେ l ଗୋଷ୍ଠି ସଂଘର୍ଷ କୁ ଦୃଷ୍ଟିରେ ରଖି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ଅସ୍ତରଙ୍ଗ ଓ ନୂଆଗଡ ସାମୁଦ୍ରିକ ଥାନା ପକ୍ଷରୁ ପୋଲିସ ମୁତୟନ ହୋଇଥିବା ବେଳେ ଗ୍ରାମର ଉଭୟ ଗୋଷ୍ଠି ମଧ୍ୟରେ ପ୍ରଶାସନ ଆଲୋଚନା କରୁଥିବା ସୂଚନା ମିଳିଛି।ଲକ୍ଷାଧିକ ଟଙ୍କା ରେ ତୋରଣ, ଲାଇଟ, ମାଇକ, ମୂର୍ତ୍ତି ସବୁ ସାଜ ସଜା ସରିଛି କିନ୍ତୁ ସ୍ଥାନୀୟ ତହସିଲଦାର ଙ୍କ ୧୪୪ ଧାରା ବଳବତ୍ତର ଯୋଗୁ ଶ୍ରୀ ଗଣେଶ ଙ୍କ ପୂଜା ବନ୍ଦ ରହିଛି।ସେଥିପାଇଁ ସ୍ଥାନୀୟ ଅଧିବାସୀ ଙ୍କ ମନରେ ସୃଷ୍ଟି ହୋଇଛି ଜନଅସନ୍ତୋଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ