ପୂଜାର ବୈଜ୍ଞାନିକ ମହତ୍ୱ
ପୂଜା ଏକ ଆଧ୍ୟାତ୍ମିକ କାର୍ଯ୍ୟ । ଭଗବାନଙ୍କ ପୂଜା କଲେ ମନ ଫୂର୍ତ୍ତି ରହିବା ଦ୍ୱାରା ଆମ ପରେ ରହିଥିବା ସଙ୍କଟ ଦୂରେଇ ଯାଏ ବୋଲି ଆମର ବିଶ୍ୱାସ ରହିଛି । ତେବେ ପୂଜା କଲେ କାହିଁକି ଫାଇଦା ମିଳିଥାଏ ତାହାର ବୈଜ୍ଞାନିକ କାରଣ ରହିଛି । ତେବେ ଚାଲନ୍ତୁ ଜାଣିବା କ’ଣ ହୋଇଥାଏ ପୂଜା କଲେ । ଏକାଗ୍ରତା ବୃଦ୍ଧି ପାଏ । ଫଳରେ କୌଣସି କାମରେ ବ୍ୟକ୍ତି ଧୈର୍ଯ୍ୟହରା ହୋଇନଥାଏ । ମଣିଷ ଭିତରେ ଧୈର୍ଯ୍ୟଶକ୍ତି ଥିଲେ କିଛି ବି କାମ କଠିନ ହୋଇନଥାଏ । ଶୃଙ୍ଖଳା ଜ୍ଞାନ ବଢ଼େ । ସବୁ କଥାକୁ ହାଲୁକାରେ ନେଉଥିବା ବ୍ୟକ୍ତି ବାରମ୍ବାର ପୂଜାର୍ଚ୍ଚନା କରିବା ଦ୍ୱାରା ଟିକେ ସତର୍କୀ ହୋଇଥାନ୍ତି । ପୂଜା କରିବା ଦ୍ୱାରା ବ୍ୟକ୍ତି ପରୋକ୍ଷ ଭାବେ ପରିଷ୍କାର ପରିଚ୍ଛନ୍ନ ହୋଇଥାନ୍ତି । କାହିଁକି ନା, ଭଗବାନଙ୍କ ପୂଜା କରିବା ବେଳେ ଗାଧୋଇ ପାଧୋଇ ଧୂଆ ପୋଷାକ ପିନ୍ଧିବା ବାଧ୍ୟତାମୂଳକ ହୋଇଥାଏ ।ଖାଦ୍ୟ ଉପରେ ଉପରେ ଆୟତ୍ତ ରହେ । ପୂଜା ଆଖିରେ ରଖି ଅଧିକାଂଶ ସମୟରେ ଆମେ ଖାଇବା ନେଇ କଟକଣା ଲଗାଇଥାଉ । ଯାହାକି ଶରୀର ପ୍ରତି ଭଲ ହୋଇଥାଏ । ପୂଜା କଲେ ବ୍ୟକ୍ତି ସମୟାନୁବର୍ତ୍ତିତା ହୋଇଥାଏ । ପୂଜା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରହିଥିବାରୁ ସେହି ସମୟ ଭିତରେ ପୂଜା କାର୍ଯ୍ୟ ସାରିବାର ଲକ୍ଷ୍ୟ ରଖି ବ୍ୟକ୍ତି ନିଜକୁ ପ୍ରସ୍ତୁତ କରିଥାନ୍ତି ।


