ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି । ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା । କିନ୍ତୁ ଗୋଟିଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିଶ୍ୱରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ସାପକୁ ବେଶ୍ ଆନନ୍ଦର ସହ ଖୋଜି ନିଜ ସାଙ୍ଗରେ ମନ୍ଦିରକୁ ନେଇଥାନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ବିସ୍ମୟକର ଘଟଣା ଦେଖିବାକୁ ମିଳିଛି ମ୍ୟାନ୍‌ମାରର ୟାଙ୍ଗୁନ୍ ସହରରେ । ଉକ୍ତ ସହର ନିକଟରେ ଏକ ବିଶାଳ ହ୍ରଦ ରହିଛି । ସେଠାରେ ବହୁ ପ୍ରାଚୀନ କାଳରୁ ଏକ ବୌଦ୍ଧ ମନ୍ଦିର ଅବସ୍ଥିତ । ମନ୍ଦିରର ମୁଖ୍ୟ ଘରେ ଭଗବାନ ବୁଦ୍ଧଙ୍କ ପ୍ରତିମା ପାଖରେ ଏକ ଗଛ ରହିଛି । ଏହି ଗଛର ଶାଖାଗୁଡ଼ିକରେ ସାପ ଝୁଲୁଥିବାର ଦେଖିବାକୁ ମିଳେ । ପ୍ରତିଦିନ ଏଠାକୁ ଶହ ଶହ ଲୋକ ଆସି ସାପକୁ ଦେଖି ମୁଣ୍ଡିଆ ମାରିବା ସହ ନିଜର ମନୋବାଞ୍ଛା ପୂରଣ ପାଇଁ କାମନା କରିଥାନ୍ତି । ଆଉ ନିଜ ସାଙ୍ଗରେ ପୂଜାଥାଳି ପରିବର୍ତ୍ତେ ସାଙ୍ଗରେ ସାପ ଆଣିଥାନ୍ତି । ସାପ ବି ଏମିତି ସେମିତି ନୁହେଁ ବିଷଧର ନଚେତ୍ ଅଜଗର । ଏଠାରେ ବିଶ୍ୱାସ ରହିଛି ଯେ, ମନ୍ଦିରରେ ସାପ ଛାଡ଼ିବା ଦ୍ୱାରା ଲୋକଙ୍କ ମନୋସ୍କାମନା ପୂରଣ ହୋଇଥାଏ । ତେଣୁ ଏହି ମନ୍ଦିରର ନାମ ସ୍ନେକ୍ ଟେମ୍ପୁଲ ବୋଲି ରଖାଯାଇଛି । ତେବେ ମନ୍ଦିରରେ ଏକ ସର୍ତ୍ତ ରହିଛି । ଜଣେ ବ୍ୟକ୍ତି କେବଳ ଗୋଟିଏ ଇଚ୍ଛା ପାଇଁ ଭଗବାନଙ୍କୁ ମିନତି କରିପାରିବ । ଏକରୁ ଊଦ୍ଧ୍ୱର୍ ଇଚ୍ଛା ପ୍ରକାଶ କଲେ ଏହାକୁ ଲୋଭୀ ବୋଲି ମନେକରାଯାଏ । କୁହାଯାଏ, ଏହି ମନ୍ଦିର ଭିତରେ ଯେଉଁ ଗଛ ରହିଛି ଏକଦା ବୁଦ୍ଧଦେବ ସେଠାରେ ଧ୍ୟାନ କରୁଥିଲେ । ସେହି ସମୟରେ ବର୍ଷା ହୋଇଥିଲା । ତାଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ନାଗ ନିଜର ଫଣା ଟେକି ଠିଆ ହୋଇଯାଇଥିଲା । ସେହିଦିନଠାରୁ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ, ଏଠାରେ ସାପକୁ ଛାଡ଼ିଲେ ମନସ୍କାମନା ପୂରଣ ହେବା ସହ ପୁଣ୍ୟ ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ