ପୂଜା ପାଇଁ ଗାଇଡଲାଇନ୍

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗୁରୁବାର ଗାଇଡଲାଇନ୍‌ ଜାରି କରାଯାଇଛି । ଆଗକୁ ଆସୁଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀପୂଜା ପାଳନ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ,କମିଶନରଙ୍କଠାରୁ ଅନୁମତି ଆଣିବା ଜରୁରୀ ବୋଲି କୁହାଯାଇଛି । ତେବେ ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ ଏବଂ ଟୁଇନ୍‌ ସିଟିରେ ପୋଲିସ କମିଶନରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇପାରିବ । ଏଥିରେ ସାଧାରଣ ଲୋକ ଭାଗ ନେଇ ପାରିବେ ନାହିଁ । ଏହି ପରିକି କୌଣସି ପ୍ରକାର ଗହଳି ହୋଇପାରିବ ନାହିଁ । ପୂଜା ମଣ୍ଡପଗୁଡ଼ିକ ତିନି ପାର୍ଶ୍ୱରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ୱରୁ ଆଶିଂକ ବନ୍ଦ ରହିବ ଯେପରି କି ସାଧାରଣ ଲୋକ ପ୍ରତିମା ଦେଖିପାରିବେ ନାହିଁ । ଏହାଛଡ଼ା ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ । ବିଭିନ୍ନ ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟ୍‌ରୁ କମ୍‌ ରହିବ । କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିପାରିବେ ନାହିଁ । ମଣ୍ଡପରେ ଉପସ୍ଥିତି ସମସ୍ତେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବା ନିୟମ ମାନିବାକୁ ବାଧ୍ୟ । ଏହାଛଡ଼ା ଭସାଣ ଉତ୍ସବ ହେବ ନାହିଁ କୃତ୍ରିମ ପୋଖରୀରେ ମୂର୍ତ୍ତୀ ବିସର୍ଜନ କରାଯିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ